ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ଓଲିଉଡରେ ଏମିତି କେତେକ ନାୟିକାଙ୍କ କ୍ଷେତ୍ରରେ ଘଟିଛି ଯେ ପ୍ରଥମ ଥର ଯେଉଁ ନିର୍ଦ୍ଦେଶକଙ୍କୁ ମନା କରିଥିଲେ, ଦ୍ୱିତୀୟ ଥର ତାଙ୍କ କାମ କରିବାକୁ ରାଜି ହୋଇଥିଲେ। ଆସନ୍ତୁ ଜାଣିବା କେଉଁମାନଙ୍କ କ୍ଷେତ୍ରରେ ଏମିତି ଘଟିଛି…

ଓଲିଉଡରେ କେତେକ ଟପ୍‌ ହିରୋଇନ୍ ପ୍ରଥମ ଥର ଯେଉଁ ନିର୍ଦ୍ଦେଶକଙ୍କୁ ତାଙ୍କ ଫିଲ୍ମରେ କାମ କରିବାକୁ ମନା କରିଥିଲେ, ପରବର୍ତ୍ତୀ ସିନେମାରେ ତାଙ୍କ ନାୟିକା ବନିବାକୁ ରାଜି ହୋଇଥିଲେ। ଏହାର କାରଣ ଅବଶ୍ୟ ଭିନ୍ନ ଭିନ୍ନ। ତେବେ ଆସନ୍ତୁ ଜାଣିବା କେଉଁ ଟପ୍‌ ନାୟିକାଙ୍କ କ୍ଷେତ୍ରରେ ଏହା ଘଟିଛି…

ଅର୍ଚ୍ଚିତା

ଓଲିଉଡର ଟପ୍ ହିରୋଇନ୍‌ ଅର୍ଚ୍ଚିତାଙ୍କୁ ପ୍ରଖ୍ୟାତ ନିର୍ଦ୍ଦେଶକ ଚକ୍ରଧର ସାହୁ ତାଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ଓଡ଼ିଆ ସିନେମା ପାଇଁ ଅଫର୍ ଦେଇଥିଲେ। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ତୁମକୁ ପାରୁନି ତ ଭୁଲି’। ଏହି ଫିଲ୍ମରେ ନାୟିକା ଅନୁ ଚୌଧୁରୀଙ୍କ ସହ ଅର୍ଚ୍ଚିତାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ନିର୍ଦ୍ଦେଶକ।

ଏହି ଅଫର୍‌ ପାଇବା ପରେ ଅର୍ଚ୍ଚିତା ନିର୍ଦ୍ଦେଶକଙ୍କୁ ନିରାଶ କରିଥିଲେ। ତାଙ୍କର ଯୁକ୍ତି ଥିଲା ଏହା ସେକେଣ୍ଡ୍ ଲିଡ୍ ରୋଲ୍। ସେ ଏଭଳି ହେବାକୁ ଚାହୁଁନଥିଲେ।

ଏହାପରେ ଚକ୍ରଧର ସାହୁ ନିର୍ମାଣ କଲେ ‘କେବେ ତୁମେ ନାହଁ କେବେ ମୁଁ ନାହିଁ’। ଏଡି ସିନେମା ପାଇଁ ପୁଣି ନିର୍ଦ୍ଦେଶକ ଚକ୍ରଧର ସାହୁ ଅର୍ଚ୍ଚିତାଙ୍କୁ ଅଫର୍‌ ଦେଲେ। ଏଥର ସେ ତତ୍‌କ୍ଷଣାତ୍‌ ରାଜି ହୋଇଥିଲା। ଏହି ସିନେମାରେ ତାଙ୍କର ସୋଲୋ ହିରୋଇନ୍‌ ରୋଲ୍ ଥିଲା। ଏଣୁ ସେ ମନା କରିନଥିଲେ। ଏହି ଫିଲ୍ମରେ ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ଭୂମିକାରେ ନଜର ଆସିଥିଲେ ସବ୍ୟସାଚୀ।

ପ୍ରିୟା

ଓଲିଉଡର ଚୁଲୁବୁଲି ଓ ହସକୁରୀ ନାୟିକା ଭାବେ ବେଶ୍‌ ଚର୍ଚ୍ଚାରେ ଥିଲେ ପ୍ରିୟା। ସେ ଯେତେବେଳେ ଛୋଟ ପରଦାରେ ଆଙ୍କରିଂ କରୁଥିଲେ, ସେତେବେଳେ ପ୍ରିୟାଙ୍କୁ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି ଅଫର୍ ଦେଇଥିଲେ। ଅଶୋକ ସେହି ସମୟରେ ‘ନନ୍ଦିନୀ ଆଇ ଲଭ ୟୁ’ ଫିଲ୍ମ ତିଆରି କରୁଥିଲେ।

ଅଶୋକ ଏହି ଫିଲ୍ମରେ ନାୟିକା ଭୂମିକାର ପ୍ରସ୍ତାବ ଦେଇଥିଲେ ପ୍ରିୟା ଚୌଧୁରୀଙ୍କୁ। ହେଲେ ସେ ସେତେବେଳେ ଫିଲ୍ମରେ କାମ କରିବାକୁ ପ୍ରସ୍ତୁତ ନଥିଲେ। ଏଣୁ ମନା କରି ଦେଇଥିଲେ।

କିନ୍ତୁ ଯେତେବେଳେ ଅଶୋକ ପତି ତାଙ୍କର ପରବର୍ତ୍ତୀ ସିନେମା ‘ଡ୍ରିମଗାର୍ଲ’ ତିଆରି କଲେ, ପୁଣି ପ୍ରିୟାଙ୍କୁ ଅଫର୍‌ ଦେଲେ। ପ୍ରଥମ ଥର ଯେଉଁ ନିର୍ଦ୍ଦେଶକଙ୍କୁ ସେ ମନା କରିଥିଲେ, ଦ୍ୱିତୀୟ ଥର ରାଜି ହୋଇଥିଲେ। ପ୍ରିୟା ଅଶୋକ ପତିଙ୍କ ‘ଡ୍ରିମଗର୍ଲ’ର ଟାଇଟଲ୍‌ ରୋଲକୁ ସ୍ୱୀକାର କରିଥିଲେ। ପ୍ରିୟାଙ୍କର ଥିଲା ଡେବ୍ୟୁ ଫିଲ୍ମ।

ଅନୁଭା

ଓଲିଉଡର ଜଣେ ପପୁଲାର ନାୟିକା ହେଲେ ଅନୁଭା। ସେ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କ କନ୍ୟା। ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଫିଲ୍ମ ‘ମୁଁ ପ୍ରେମୀ ମୁଁ ପାଗଳ’ରୁ ଓଲିଉଡରେ ହିରୋଇନ୍ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ।

ଅନୁଭାଙ୍କୁ ନିର୍ଦ୍ଦେଶକ ବିନି ପଟ୍ଟନାୟକ ତାଙ୍କ ନିର୍ଦ୍ଦେଶିତ ସିନେମା ‘ଝିଅଟା ବିଗିଡ଼ିଗଲା’ରେ କାଷ୍ଟ୍ କରିବାକୁ ଚାହୁଁଥିଲେ। ଏଥିପାଇଁ ନିର୍ଦ୍ଦେଶକ ଅନୁଭାଙ୍କୁ ଅଫର୍‌ ମଧ୍ୟ ଦେଇଥିଲେ, ମାତ୍ର ସେତେବେଳେ ଅନୁଭା ରାଜି ହୋଇନଥିଲେ।

ପରେ ପୁଣି ବିନି ପଟ୍ଟନାୟକ ‘ବଜରଙ୍ଗୀ’ ଟାଇଟଲରେ ଅନ୍ୟ ଏକ ସିନେମା ନିର୍ଦ୍ଦେଶନା ଦେଇଥିଲେ। ସେ ଏହି ସିନେମାରେ ହରୋଇନ୍‌ ରୋଲ୍ ଲାଗି ଅନୁଭାଙ୍କୁ ଅଫର୍‌ ଦେଇଥିଲେ। ଏହି ଫିଲ୍ମରେ ଅନୁଭାଙ୍କ ନାୟକ ବନିଥିଲେ ଅମ୍ଳାନ। ଏହି ଅଫର୍‌ ପାଇବା ପରେ ଆଉ ମନା କରି ନପାରିଥିଲେ ଅନୁଭା। ସେ ‘ବଜରଙ୍ଗୀ’ ସିନେମାରେ ନାୟିକା ବନିଥିଲେ।

Comment