ଓଡ଼ିଶାଲାଇଭ ବ୍ୟୁରୋ

ଡ୍ର’ରେ ଶେଷ ହୋଇଛି ଦ୍ୱିତୀୟ ଆସେସ୍ ଟେଷ୍ଟମ୍ୟାଚ୍। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ବିନା ହାରଜିତରେ ଶେଷ ହୋଇଛି। ଲର୍ଡସ ଟେଷ୍ଟର ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆକୁ ୨୬୭ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା ଘରୋଇ ଇଂଲଣ୍ଡ ଦଳ। ମାତ୍ର ଅମ୍ପାୟାର ଖେଳକୁ ଡ୍ର ଘୋଷଣା କରିବା ବେଳକୁ ଅଷ୍ଟ୍ରେଲିଆ 6 ୱିକେଟ୍ ହରାଇ ୧୫୪ରନ୍ ସଂଗ୍ରହ କରିପାରିଥିଲା।

ଲର୍ଡସରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡ ଦଳ ୨୫୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନସ୍, ହେଜେଲଉଡ୍ ଓ ନାଥାନ ଲିଅନ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୨୫୦ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ଇଂନିସରେ ଦଳ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୯୨ରନ୍ କରିଥିଲେ।

ପ୍ରଥମ ଇଂନିସରେ ୮ରନରେ ଅଗ୍ରଣୀ ରହିବା ପରେ ଦ୍ୱିତୀୟ ଇଂନିସରେ ୨୫୮ ରନ୍ କରି ପାଳି ଘୋଷଣା କରିଥିଲା ଘରୋଇ ଇଂଲଣ୍ଡ। ଦ୍ୱିତୀୟ ଇଂନିସରେ ଦଳ ପକ୍ଷରୁ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଶତକ ହାସଲ କରିଥିଲେ। ମ୍ୟାଚ୍‌କୁ ଜିତିବାକୁ ଅଷ୍ଟ୍ରେଲିଆ ଆଗରେ ୨୬୭ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଇଂଲଣ୍ଡ। ଜବାବରେ ଅଷ୍ଟ୍ରେଲିଆ ପଞ୍ଚମ ଦିନ ଶେଷ ବେଳକୁ ୬ ୱିକେଟ୍ ହରାଇ ୧୫୪ ରନ୍ କରିପାରିଥିଲା। ଏହାପରେ ବିନା ହାରଜିତରେ ଶେଷ ହୋଇଥିଲା ଲର୍ଡସ୍ ଟେଷ୍ଟ। ଏଥିସହ ଶତକୀୟ ଇଂନିସ୍ ପାଇଁ ଦଳର ଶ୍ରେଷ୍ଠ ଖେଳାଳି ହୋଇଥିଲେ ବେନ୍ ଷ୍ଟୋକ୍ସ।

ଏହି ମ୍ୟାଚ୍ ଡ୍ର ହେବାସହ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ୨୫୧ ରନରେ ଜିତିଯାଇଥିଲା ସିରିଜର ଆଗାମୀ ମ୍ୟାଚ୍ ଅଗଷ୍ଟ ୨୨ରୁ ହିଡଲିଂର ଲିର୍ଡସ ଷ୍ଟାଡିୟମରେ ଖେଳାଯିବ।

Comment