ଓଡ଼ିଶାଲାଇଭ୍ ବ୍ୟୁରୋ

ରମାଦେବୀ ବିଶ୍ଵବିଦ୍ୟାଳୟ ପରିସରରୁ ଅଲଗା ହେବ ଯୁକ୍ତ ୨ ଜୁନିୟର କଲେଜ୍। ଏନେଇ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି।
ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଯୁକ୍ତ ୨ କଲେଜ୍କୁ ଅଲଗା କରି ୟୁନିଟ୍ ୯ ଗାର୍ଲ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ଗାର୍ଲସ ହାଇସ୍କୁଲ ପରିସରରେ ୩ ଏକର ଜମି ଚିହ୍ନଟ କରାଯାଇଛି ବୋଲି ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର କହିଛନ୍ତି।














