ଓଡ଼ିଶାଲାଇଭ୍ ବ୍ୟୁରୋ

ପିଜି ଓ +୩ର ଶେଷ ସେମିଷ୍ଟାର ପରୀକ୍ଷା ବାତିଲ କରିବାକୁ ଦାବି କଲେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାଛାତ୍ରୀ। କରୋନା ସଂକ୍ରମଣ ସମୟରେ ପରୀକ୍ଷା କରିବା ବିପଦଜନକ ବୋଲି କହି ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ୍ କରିବାକୁ ଦାବି କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ଯୁକ୍ତ ତିନିର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାରକୁ ବାତିଲ୍ କରାଯାଇଛି। ହେଲେ ଯୁକ୍ତତିନିର ଶେଷ ସେମିଷ୍ଟାର ଓ ପିଜିର ଚତୁର୍ଥ ସେମିଷ୍ଟାର ହେବ ବୋଲି କୁହାଯାଇଥିଲା। ହେଲେ କରୋନା ସଙ୍କଟ ସମୟରେ ପିଲାମାନେ କିଭଳି ପରୀକ୍ଷା ଦେବେ ବୋଲି କହି ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ବାତିଲ୍ କରିବାକୁ ଦାବି କରିଛନ୍ତି।

ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ହଷ୍ଟେଲଗୁଡ଼ିକ ବନ୍ଦ ପଡ଼ିଛି ଓ ଘରୋଇ ମେସ୍ ମାଲିକମାନେ ଏବେ ଛାତ୍ରଛାତ୍ରୀମାନଙ୍କୁ ରଖିବାକୁ ନାରାଜ। ଏଭଳି ସମୟରେ ପରୀକ୍ଷା କରାଗଲେ ପିଲାମାନେ ରହିବେ କେଉଁଠି ଓ ଖାଇବେ କଣ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି।

Comment