ଓଡିଶାଲାଇଭ୍ ବ୍ୟୁରୋ

ଜୁଲାଇ ୨୩ରେ ଆରମ୍ଭ ହେବ ରମାଦେବୀ ବିଶ୍ୱବିଦ୍ୟାଳୟର ନାମଲେଖା ପକ୍ରିୟା। ଏହି ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ୨୩ରେ ହେଉଥିବା ବେଳେ +୩ପାଇଁ ନାମଲେଖା ପ୍ରକ୍ରିୟା ୨୪ରୁ ଆରମ୍ଭ ହୋଇ ୨୬ତାରିଖରେ ଶେଷ ହେବ।

ବିଶ୍ୱବିଦ୍ୟାଳୟର ମୋଟ୍ ୧୨ଟି ପିଜି ପାଠ୍ୟକ୍ରମର ୪୩୨ଟି ସିଟ୍ ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଗତ ଜୁନ୍ ମାସ ୨୫ରୁ ୨୭ ତାରିଖ ମଧ୍ୟରେ ମୋଟ୍ ୨୪୦୦ ଛାତ୍ରୀ ପିଜି ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ଯାହାର ରେଜଲ୍ଟ ଜୁଲାଇ ୧୭ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପିଜି କାଉନସିଲ୍ ଅଧ୍ୟକ୍ଷା ଡକ୍ଟର ସୁରିତା ସୁପକାର।

ସେହିଭଳି +୩ ନାମଲେଖା ପାଇଁ ଆବେଦନ ପକ୍ରିୟା ଚାଲୁରହିଛି। ଜୁଲାଇ ୧୦ତାରିଖ ଅନଲାଇନ୍ ଆବେଦନର ଶେଷ ଦିନ ରହିଛି। ଛାତ୍ରଛାତ୍ରୀମାନେ ୧୨ତାରିଖ ସୁଦ୍ଧା ହାର୍ଡକପି ଆଣି ବିଶ୍ୱବିଦ୍ୟାଳୟରେ ଦାଖଲ କରିବା ପାଇଁ କୁହାଯାଇଛି। +୩ ନାମଲେଖା ପାଇଁ  କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ମେରିଟ୍ ଲିଷ୍ଟ ଆସନ୍ତା ୨୦ତାରିଖରେ ପ୍ରକାଶ ପାଇବ। ଏବଂ ମନୋନୀତ ଛାତ୍ରୀମାନେ ଆସନ୍ତା ୨୪ତାରିଖରୁ ୨୬ତାରିଖ ମଧ୍ୟରେ ନାମଲେଖାଇ ପାରିବେ।

Comment