ଓଡ଼ିଶାଲାଇଭ୍‌ ବ୍ୟୁରୋ

ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତଦେହ ଯାଜପୁରରେ ମିଳିଛି। ବୁଧବାର ଦିନ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ପୋଲିସ ସୂତ୍ର ଅନୁଯାୟୀ, ଛାତ୍ରୀଙ୍କ ନାମ ଝରଣା ନାୟକ ଓ ତାଙ୍କ ଘର ମୟୁରଭଞ୍ଜ ଯଶିପୁର ଅଞ୍ଚଳ ମରୁଣ୍ଡେଇପଶି ଗାଁରେ। ସେ ରମାଦେବୀରେ ଯୁକ୍ତ ୩ରେ ପଢ଼ୁଥିଲେ। ସେ ୨୪ ତାରିଖରେ ଭୁବନେଶ୍ୱର ଆସିଥିଲେ ଓ ତା’ ପର ଦିନ କ୍ଲାସ ବି କରିଥିଲେ।

ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଅଧୀନରେ ଥିବା ମୂଳପାଳ ଗାଁ ରାସ୍ତା କଡ଼ରେ ସେହି ଛାତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ବ୍ୟବେଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ତେବେ ସିସି ଟିଭି ଫୁଟେଜରୁ ଯାହା ଜଣାପଡିଛି ଉକ୍ତ ଛାତ୍ରୀଙ୍କୁ ମଝିରେ ବସାଇ ଦୁଇ ଜଣ ଲୋକ ଏକ ଦୁଇ ଚକିଆ ଯାନରେ ଯାଉଥିଲେ। ସେ ଦୁଇ ଜଣ କିଏ ତାହା ବି ପୋଲିସ ଛାନଭିନ କରୁଛି।

Comment