ଓଡ଼ିଶାଲାଇଭ ବ୍ୟୁରୋ

ସାଧାରଣରେ ଭାରତୀୟ ମହିଳା ବା ପୁରୁଷ ବିଦେଶରେ ବିବାହ କରୁଥିବା ଆମେ ଜାଣିଛୁ। ସେହିପରି କ୍ରିକେଟ ଖେଳରେ ଏମତି କିଛି ଘଟଣା ଦେଖିବାକୁ ମିଳିଛି। କିଛି ବିଦେଶୀ କ୍ରିକେଟର ଅଛନ୍ତି ଯେଉଁମାନେ ଭାରତର ସୁନ୍ଦର ମହିଳାଙ୍କ ସହ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ବିଷୟରେ।

ସୋଏବ ମଲ୍ଲିକ ଓ ସାନିଆ ମିର୍ଜା

ପାକିସ୍ତାନର ପ୍ରସିଦ୍ଧ କ୍ରିକେଟର ସୋଏବ ମଲ୍ଲିକ ୨୦୧୦ ଏପ୍ରିଲ ମାସରେ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଖେଳ ଇତିହାସର ସବୁଠାରୁ ବିବାଦୀୟ ବିବାହ। ପୂର୍ବରୁ ଦୁଇଜଣ ବିବାହକୁ ନେଇ ଅନେକ ବିବାଦ ହୋଇଥିଲା। କୁହାଯାଉଥିଲା କି ସୋଏବ ପୂର୍ବରୁ ହାଇଦ୍ରାବାଦର ଏକ ଯୁବତୀ ସହ ବିବାହ କରିଥିଲେ। ଏହାକୁ ପରେ ସୋଏବ ମନା କରିଥିଲେ। ବର୍ତ୍ତମାନ ସୋଏବ ଓ ସାନିଆଙ୍କ ବୈବାହିକ ଜୀବନ ଖୁସିମୟ ରହିଛି।

ମୁଥିୟା ମୁରଲୀଧରନ ଓ ମାଧିମାଲାର ରାମାମୂର୍ତ୍ତୀ

ଶ୍ରୀଲଙ୍କାର ଜଣେ ସଫଳ କ୍ରିକେଟର ଓ ଅନ୍ତରାଷ୍ଟ୍ରିୟ କ୍ରିକେଟର ଜଣେ ପ୍ରମୁଖ ଓ୍ଵିକେଟ କିପର ହେଉଛନ୍ତି ମୁଥୟା ମୁରଲୀଧରନ। ସେ ୨୦୦୫ ମାର୍ଚ୍ଚ ୨୧ ତାରିଖରେ ଚେନ୍ନାଇର ଯୁବତୀ ମାଧିମାଲାରଙ୍କୁ ବିବାହ କରିଥିଲେ। ମାଧିମାଲାର ହେଉଛନ୍ତି ମାଲାର ହସ୍ପିଟାଲର ମାଲିକ ନିଥ୍ୟା ଓ ଏସ ରାମାମୂର୍ତ୍ତୀଙ୍କ ଝିଅ।

ସନ୍‌ ଟ୍ରେଟ ଓ ମାସୁମ ସିଙ୍ଘା

ପ୍ରାୟ ୪ବର୍ଷ ସମ୍ପର୍କ ପରେ ଅଷ୍ଟ୍ରେଲିଆ ଦଳର ପେସ ବୋଲର ସନ ଟ୍ରେଟ ୨୦୧୪ରେ ଭାରତୀୟ ମଡେଲ ମାସୁମଙ୍କୁ ବିବାହ କରିଥିଲେ। ତାଙ୍କ ବାହାଘରରେ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ଜାହିର ଖାନ୍‌ ଯୋଗ ଦେଇଥିଲେ। ବର୍ତ୍ତମାନ ସେମାନେ ଅଷ୍ଟ୍ରେଲିଆରେ ସଟେଲ ହୋଇ ସାରିଛନ୍ତି।

ଭିଭାନ ରିଚାର୍ଡସ ଓ ନିନା ଗୁପ୍ତା

ଓ୍ଵେଷ୍ଟଇଣ୍ଡିଜର ଜଣେ ଚମତ୍କାର ଖେଳାଳି ହେଇଛନ୍ତି ଭିଭା ରିଚାର୍ଡସ। ସେ ଭାରତୀୟ ଅଭିନେତ୍ରୀ ନିନା ଗୁପ୍ତାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ଯିଏକି ଜମେ ପ୍ରସିଦ୍ଧ ଫ୍ୟାସନ ଡିଜାଇନର। ଭିଭା ରିଚାର୍ଡସ ପୂର୍ବରୁ ବିବାହିତ ଥିଲେ, ପରେ ସେ ନିନା ଗୁପ୍ତାଙ୍କୁ ବିବାହ କରିଥିଲେ।

ମାଇକ ବ୍ରିୟରଲି ଓ ମାନା ସାରାଭାଇ

ଇଂଲଣ୍ଡର ଜଣେ ସଫଳ କ୍ୟାପଟେନ ହେଉଛନ୍ତି ମାଇକ ବ୍ରିୟରଲି। ୧୯୭୬-୭୭ରେ ଭାରତ ଗସ୍ତ ବେଳେ ସାରାଭାଇଙ୍କ ସହ ସାକ୍ଷାତ ହୋଇଥିଲା। ମାନା ସାରାଭାଇ ଅହମ୍ମଦାବାଦର ଜଣେ ସଫଳ ବ୍ୟବସାୟୀ ମାନା ସାରାଭାଇଙ୍କ ଝିଅ। ବର୍ତ୍ତମାନ ଦୁହେଁ ଲଣ୍ଡନରେ ରହୁଛନ୍ତି ଓ ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛି।

ହାସନ ଅଲ୍ଲି ଓ ସାହାମିୟା ଆରଜୁ

ବର୍ତ୍ତମାନ ପାକିସ୍ତାନର ପେସ ବୋଲର ହାସନ ଅଲ୍ଲି ଚଳିତ ବର୍ଷ ଅଗଷ୍ଟ ୨୦ ତାରିଖରେ ହରିୟାଣାର ଝିଅ ସାହାମିୟା ଆରଜୁଙ୍କୁ ବିବାହ କରିଛନ୍ତି। ଦୁଇ ଜଣଙ୍କର ଦୀର୍ଘଦିନର ପ୍ରେମ ସଂପର୍କ ପରେ ବିବାହ ହୋଇଥିଲା। ଦୁବାଇର ଏକ ହୋଟେଲରେ ୨୦ ତାରିଖରେ ବିବାହ ହୋଇଛି।

Comment