ଓଡ଼ିଶାଲାଇଭ୍ ବ୍ୟୁରୋ

ପତଞ୍ଜଳିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି। ସେ ହୃଦ୍‌ଘାତରେ ପୀଡିତ ବୋଲି ଜଣାପଡ଼ିଛି। ଅସୁସ୍ଥ ହେବା ପରେ ତାଙ୍କୁ ଋଷିକେଶସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ ପତଞ୍ଜଳିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରନ୍ତି।

ବାଳକୃଷ୍ଣ ଜଣେ ସଂସ୍କୃତ ସ୍କଲର। ଆର୍ୟୁବେଦ ଏବଂ ଜଡିବୁଟି ଜ୍ଞାନରେ ସେ  ନିପୁଣତା ହାସଲ କରିଛନ୍ତି। ସେ ପତଞ୍ଜଳି ଯୋଗପୀଠର ଆର୍ୟୁବେଦ କେନ୍ଦ୍ର ମାଧ୍ୟମରେ ପାରମ୍ପରିକ ଆର୍ୟୁବେଦ ପଦ୍ଧତିକୁ ଆଗେଇ ନେବାରେ କାର୍ଯ୍ୟ କରି ଆସିଛନ୍ତି। ଆର୍ୟୁବେଦ ଔଷଧ ସମ୍ବନ୍ଧିୟ କେତେକ ପୁସ୍ତକ ମଧ୍ୟ ଲେଖିଛନ୍ତି ବାଳକୃଷ୍ଣ। ଏହା ସହିତ ସେ ରାମଦେବଙ୍କ ସହ ମିଶି ହରିଦ୍ୱାରରେ ଆଚାର୍ଯ୍ୟକୁଳମର ସ୍ଥାପନା କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ସହ ଜଡିତ ଅଛି। ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଯୋଗୁଁ ପତଞ୍ଜଳି ଆୟୁର୍ବେଦ ଏକ ବଡ଼ କମ୍ପାନିରେ ପରିଣତ ହୋଇଛି।

ପତଞ୍ଜଳି ଯୋଗପୀଠ ସହ ଜଡ଼ିତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ୟୁଏନରେ ସମ୍ମାନ ମଧ୍ୟ ମିଳିଛି। ସ୍ୱାସ୍ଥ୍ୟକ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଥିବାରୁ ବାଲକୃଷ୍ଣଙ୍କୁ ୟୁଏନଓର ସଂସ୍ଥା ୟୁନାଇଟେଡ ନେସନ୍‌ ସଟେନବଲ୍‌ ଡେଭଲପମେଣ୍ଟ (ୟୁଏନଏସଡିଜି) ସମ୍ମାନିତ କରିଛି।

LEAVE A REPLY

Please enter your comment!
Please enter your name here