ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ବିଶ୍ଵ ଟେଷ୍ଟ ଚାମ୍ପିୟନସିପ୍‌ର ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଓ୍ଵେଷ୍ଟଇଣ୍ଡିଜ ୫୯ ଓଭର ଖେଳି ୮ଓ୍ଵିକେଟ ହରାଇ ୧୮୯ ରନ କରିଛି। ଦଳ ପକ୍ଷରୁ ରୋଷ୍ଟନ ଚେସ୍‌ଙ୍କୁ ଛାଡ଼ି ଦେଲେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ।

ପ୍ରଥମ ଟେଷ୍ଟରେ ଓ୍ଵେଷ୍ଟଇଣ୍ଡିଜ ଦଳ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ସନ୍ତୋଷଜନକ ବ୍ୟାଟିଂ କରି ପାରିନଥିଲେ। ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଲୋକେଶ ରହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ବିଫଳ ହେବା ପରେ ଦଳର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା ଓ ବିରାଟ କୋହଲି ମଧ୍ୟ ଫେଲ୍‌ ମାରିଥିଲେ। ହେଲେ ଦଳ ପକ୍ଷରୁ ଆଜ୍ୟିଙ୍କ ରାହାଣେ ଓ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ପ୍ରଥମ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ସମସ୍ତ ଓ୍ଵିକେଟ ହରାଇ ୨୯୭ ରନ କରିବାକୁ ସକ୍ଷମ ହୋଇଥିଲା।

ସେହିପରି ଦ୍ଵିତୀୟ ଦିନରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ଆରମ୍ଭରୁ ଦିଗହରା ହୋଇ ପଡ଼ିଥିଲା। ଇଶାନ୍ତ ଶର୍ମାଙ୍କ ଘାତକ ବୋଲିଂ ଯୋଗୁଁ ଧରାଶାୟୀ ହୋଇ ପଡ଼ିଥିଲା ଓ୍ଵେଷ୍ଟଇଣ୍ଡିଜ ଦଳ। ରୋଷ୍ଟନ ଚେସ୍‌ଙ୍କୁ ଛଡ଼ିଦେଲେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ। ଫଳରେ ଦଳ ୫୯ ଓଭରରେ ୮ ଓ୍ଵିକେଟ ହରାଇ ୧୮୯ରନ କରିଛି। ଭାରତ ପକ୍ଷରୁ ଇଶାନ୍ତ ଶର୍ମା ୫ଟି ଓ୍ଵିକେଟ ନେବାରେ ସଫଳ ହୋଇଛନ୍ତି।

Comment