ଓଡ଼ିଶାଲାଇଭ୍ ବ୍ୟୁରୋ

ନବରତ୍ନ କମ୍ପାନି ନାଲ୍‌କୋକୁ ରପ୍ତାନି କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ନିମନ୍ତେ ୨୦୧୯ ବର୍ଷ ପାଇଁ ଡନ୍ ଆଣ୍ଡ୍ ବ୍ରାଡଷ୍ଟ୍ରିଟ୍ ପୁରସ୍କାର ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀ ଠାରେ ଆୟୋଜିତ ପିଏସ୍ୟୁ ପୁରସ୍କାର ପ୍ରଦାନ ଉତ୍ସବରେ କେନ୍ଦ୍ର ବୃହତ୍ ଉଦ୍ୟୋଗ ତଥା ଲୋକ ଉଦ୍ୟମ ବିଭାଗ ମନ୍ତ୍ରୀ ଅରବିନ୍ଦ ସାୱନ୍ତ ଏହି ପୁରସ୍କାର ପ୍ରଦାନ କରିଥିଲେ।

୨୦୧୮-୧୯ ଆର୍ଥିକ ବର୍ଷରେ ନାଲ୍‌କୋ ରପ୍ତାନି କ୍ଷେତ୍ରରେ ୪୭୯୨.୭୧ କୋଟି ଟଙ୍କାର ଆୟ ହାସଲ କରିଥିଲା। ଏହା କମ୍ପାନି ଇତିହାସରେ ସର୍ବାଧିକ ଏବଂ ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ। ଡିପାଟ୍‌ମେଣ୍ଟ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜର୍ସ(ଡିପିଇ) ପକ୍ଷରୁ ନାଲ୍‌କୋକୁ ଦେଶର ତୃତୀୟ ସର୍ବାଧିକ ନିଟ୍ ବୈଦେଶିକ ମୁଦ୍ରା ଅର୍ଜକାରୀ କେନ୍ଦ୍ରୀୟ  ଲୋକଉଦ୍ୟମ ଭାବେ ମାନ୍ୟତା ଦିଆଯାଇଛି।

ନାଲ୍‌କୋକୁ ଏହି ସମ୍ମାନଜନକ ପୁରସ୍କାର ମିଳିବା ପରେ କମ୍ପାନିର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କୁ ବଜାର ବିଶେଷଜ୍ଞ, ବିଶ୍ଳେଷକ ଏବଂ ବିଭିନ୍ନ ଶିଳ୍ପସଂସ୍ଥା ଅଭିନନ୍ଦନ ଜଣାଇଛନ୍ତି।

ଡନ୍ ଆଣ୍ଡ୍ ବ୍ରାଡଷ୍ଟ୍ରିଟ୍ ଗବେଷଣା, ପୁସ୍ତକ ପ୍ରକାଶନ ଏବଂ ପୁରସ୍କାର ଆଦି ମାଧ୍ୟମରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁଶୀଳନ କରୁଥିବା ଦେଶର ଏକ ଅଗ୍ରଣୀ ଜ୍ଞାନ ପ୍ରଦାନକାରୀ ଅନୁଷ୍ଠାନ।

Comment