ଓଡ଼ିଶାଲାଇଭ ବ୍ୟୁରୋ

ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ଦ୍ଵାରା ଧାନ କିଣାକୁ ବିରୋଧ କରି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜାମୁଣ୍ଡା ପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଚଳିତ ବର୍ଷ ମଣ୍ଡିରେ ଧାନ କ୍ରୟ କରିବା ପାଇଁ ଲ୍ୟାମ୍ପସ ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରାଯାଇଥିଲା ଯେଉଁଥିପାଇଁ ଧାନ ବିକ୍ରୟ ଏବଂ ଟଙ୍କା ଠିକ ସମୟରେ ପାଇବା ନେଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ।

ପୂର୍ବ ପରି ଲ୍ୟାମ୍ପସ ଜରିଆରେ କ୍ରୟ କରିବାକୁ ଦାବି କରିଛନ୍ତି ଚାଷୀ। ତେଣୁ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଧାନ କିଣାକୁ ବିରୋଧ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି।

ରାଜ୍ୟ ସରକାର ମହିଳା ଶସକ୍ତିକରଣ ତଥା ମିଶନ ଶକ୍ତି ଦ୍ୱାରା ପ୍ରଶିକ୍ଷିତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଖରିଫ ଋତୁ ପାଇଁ ଧାନ କିଣିବାର ବ୍ୟବସ୍ଥା କରିଥିଲେ। ଏହା ଦ୍ଵାରା କୋରାପୁଟ ଜିଲ୍ଲାର ପ୍ରାୟ ୮ଟି ପଞ୍ଚାୟତଠାରେ ବଛା ଯାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଧାନ କିଣା ନେଇ ବ୍ୟବସ୍ଥା ହୋଇଥିଲା। ବିଭିନ୍ନ ମାନଦଣ୍ଡ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ଆର୍ଥିକ ସୁଦୃଢତାକୁ ବିଚାରକୁ ନେଇ ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସାମିଲ କରାଯାଇଥିଲା।

Comment