ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ବଢ଼ିଲା ହୀରାକୁଦ ଜଳସ୍ତର। ଏନେଇ ହୀରାକୁଦର ୩ଟି ଗେଟ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ କରିଛନ୍ତି କର୍ତ୍ତୃପକ୍ଷ। ଡ୍ୟାମକୁ ୧ଲକ୍ଷ ୬୦ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ସୋମବାର ଦିନ ୩ଟା ସୁଦ୍ଧା ହୀରାକୁଦରେ ୬୨୨.୮ ଫୁଟ ଜଳ ରହିଥିଲା।

ପୂର୍ବରୁ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିଥିଲା। ଫଳରେ ୨୦ଟି ଗେଟ୍‌ ଖୋଲାଯାଇଥିଲା। ପରେ ଜଳସ୍ତର କମିବାପରେ ଗେଟ୍‌କୁ ବନ୍ଦ କରାଯାଇଥିଲା। ପରେ ପୁଣି ଆଜି ଜଳସ୍ତର ବଢ଼ିବାରୁ ଗେଟ୍‌ ଖୋଲାଯାଇଛି।

Comment