ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିରେ ମାଓ ଗୁଳିରେ ଜଣେ ଯବାନ ସହିଦ ହୋଇଥିଲା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କ ଖଇରପୁଟ ମେଡିକାଲରେ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ବୁଧବାର ସକାଳୁ ଏହି ଗୁଳିବିନିମୟ ଆରମ୍ଭ ହୋଇଥିଲା। ଖଇରପୁଟ ପାହାଡରେ ନକ୍ସଲ ଶିବିର ଥିବା ପୋଲିସ ଖବର ପାଇବା ପରେ ମାଲକାନଗିରି ଏସ୍‌ପି ଖିଲାରୀ ଋଷିକେଶଙ୍କ ନେତୃତ୍ୱରେ ଏସ୍‌ଓଜି ଓ ଡିଭିଏଫ୍ ଯବାନମାନେ ମଙ୍ଗଳବାର ରାତିରେ  ଅପରେସନ କରିଥିଲେ। ଏହି ସମୟରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ।

କମ୍ବିଂ ଅପରେସନ ପରେ ୫୦ରୁ ୬୦ଜଣ  ମାଓବାଦୀ ଖସି ପଳାଇଥିଲେ। ଅପରେସନକୁ ଅଧିକ  ଜୋରଦାର କରିବା ପାଇଁ ବିଏସ୍‌ଏଫ ଯବାନ ଏଥିରେ ସାମିଲ ହୋଇଛନ୍ତି।

Comment