ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ପାଇଁ ଟମ୍ ଘୋଷଣା କଲା ଭାରତ। ଦଳକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଧୋନିଙ୍କୁ ମିଳିଲାନି ସୁଯୋଗ।
ଆସନ୍ତା ସେପ୍ଟେମ୍ବର ୧୫ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଆରମ୍ଭ କରିବ ଟି-୨୦ ସିରିଜ। ୩ଟି ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ ଧର୍ମଶାଳ, ମହାଲି ଏବଂ ବେଙ୍ଗାଳୁରୁରେ ଖେଳାଯିବ। ତେବେ ଏନେଇ ଗୁରୁବାର ଭାରତ ତା’ର ୧୫ ଜଣିଆ ଦଳ ଘୋଷଣା କରିଛି।
ବିସିସିଆଇ ପକ୍ଷରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା ହୋଇଛି। ତେବେ ଏହି ଦଳରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ମିଳିନି। ସେହିପରି ଏଥିରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।
ଟିମ୍ ଇଣ୍ଡିଆ:
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ୍ ରାହୁଲ, ଶିଖର ଧୱନ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୃଣାଳ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ରାହୁଲ ଚାହର, ଖଲୀଲ ଅହମଦ, ଦୀପକ ଚାହର ଏବଂ ନଭଦୀପ ସୋନୀ।


















