ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀ ଏମ୍ସରୁ କଟକ ଏସିବି ଆସିବେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଦୁଇ ଶିଶୁ ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସରେ ୬ ତାରିଖରେ ଆସି ୭ରେ ଓଡ଼ିଶାରେ ପହଞ୍ଚିବେ। ତାଙ୍କ ସହ ଏମ୍ସ ଡାକ୍ତର ମଧ୍ୟ ଆସିବେ।

ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଏଥିପାଇଁ କଟକର ଏସ୍‌ସିବି ମେଡିକାଲରେ ସ୍ୱତନ୍ତ୍ର କ୍ୟାବିନ୍ ଓ ଡ଼ାକ୍ତରୀ ଟିମ୍ ପ୍ରସ୍ତୁତ ରହିଛନ୍ତି।

୨୦୧୭ରେ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଅସ୍ତ୍ରୋପଚାର ଦିଲ୍ଲୀ ଏମସରେ ହୋଇଥିଲା। ଗତ ଦୁଇବର୍ଷ ଧରି ସେଠାରେ ସେମାନଙ୍କର ଚିକିତ୍ସା ହେଉଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ତାଙ୍କୁ ସେଠାରୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here