ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ବ୍ୟାପାରର ଉପଦେଷ୍ଟା ଭାବେ ମାନସ ରଞ୍ଜନ ମଙ୍ଗରାଜ ନିଯୁକ୍ତି ପାଇଛନ୍ତି। ପ୍ରଥମଥର ପାଇଁ ସରକାର ଏହି ନୂଆ ପଦବୀ ସୃଷ୍ଟି କରିଛନ୍ତି।

ରାଜନୀତିକୁ ଆସିବା ପୂର୍ବରୁ ମାନସ ମଙ୍ଗରାଜଙ୍କର ଗଣମାଧ୍ୟମରେ ଅଭିଜ୍ଞତା ରହିଛି। ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବା ସହ ଗଣମାଧ୍ୟମ ଦାୟିତ୍ୱ ଦିଆଯାଇଥିଲା।

ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ଗଣମାଧ୍ୟମ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି।

Comment