ଓଡ଼ିଶାଲାଇଭ ବ୍ୟୁରୋ

ଭାରତର ପୂର୍ବତନ ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଗୋଟିଏ ପାଦ ପଛରେ ଅଛନ୍ତି ବିରାଟ କୋହଲି। ଶୁକ୍ରବାର ଆରମ୍ଭ ହେବାକୁ ଥିବା ଭାରତ-ଓ୍ଵେଷ୍ଟଇଣ୍ଡିଜ ଶେଷ ଟେଷ୍ଟ ମ୍ୟାଚରେ ଯଦି ଭାରତ ବିଜୟ ହାସଲ କରେ ତେବେ ବିରାଟ କୋହଲି ସର୍ବାଧିକ ଟେଷ୍ଟ ଜିତିଥିବା ଅଧିନାୟକ ଭାବେ ଧୋନିଙ୍କୁ ପଛରେ ପକାଇବେ।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୩୧୮ରେ ଜିତିବା ପରେ କ୍ୟାପଟେନ ଭାବେ ବିରାଟ କୋହଲି ଧୋନିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ପୂର୍ବରୁ ଧୋନି ଅଧିନାୟକ ଭାବେ ୨୭ଟି ଟେଷ୍ଟ ମ୍ୟାଚ ଜିତି ଥିଲେ। ତାଙ୍କ ନେତୃତ୍ଵରେ ଭାରତ ୨୭ଟି ମ୍ୟାଚ ଜିତିଥିବା ବେଳେ ୧୮ଟିରେ ପରାଜୟ ଓ ୧୫ଟି ମ୍ୟାଚ ଡ୍ର ରହିଛି। ସେହିପରି କୋହଲି କ୍ୟାପଟେନ ଭାବେ ୨୭ ମ୍ୟାଚରେ ବିଜୟ ୧୦ଟିରେ ପରାଜୟ ଓ ୧୦ରେ ମ୍ୟାଚ ଡ୍ର ରହିଛି। ଯଦି ବିରାଟ ଏହି ମ୍ୟାଚ ଜିତନ୍ତି ତେବେ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିଥିବା ଭାରତୀୟ ଅଧିନାୟକ ହୋଇପାରିବେ।

ପୂର୍ବରୁ ବିରାଟ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିଦେଶରେ ସର୍ବାଧିକ ମ୍ୟାଚ ଜିତି ଥିବା ଭାରତୀୟ ଅଧିନାୟକ ଭାବେ ସେ ଏହି ରେକର୍ଡ କରିଛନ୍ତି।

Comment