ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟ ଚାଲିଥିବା ଶେଷ ଟେଷ୍ଟରେ ପ୍ରଥମ ଦିନ ଶେଷ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି(୭୬) ଓ ମୟଙ୍କ ଅଗ୍ରଓ୍ଵାଲ(୫୫) କରିଛନ୍ତି। ଫଳରେ ଭାରତୀୟ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୫ ଓ୍ଵିକେଟ ହରାଇ ୨୬୪ ରନ କରିଛି। ତେବେ ବର୍ତ୍ତମାନ ହନୁମା ବିହାରୀ(୪୨) ଓ ରିଶବ ପନ୍ତ(୨୭) ରନରେ ଅପରାଜିତ ରହିଛନ୍ତି।

ପ୍ରଥମ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଓ୍ଵେଷ୍ଟଇଣ୍ଡିଜ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଆରମ୍ଭ ଭଲ ରହିନଥିଲା। ହୋଲ୍ଡରଙ୍କ ବଲର ଶିକାର ହୋଇ ଲୋକେଶ ରାହୁଲ ପାଭିଲିୟନ ଫେରିଥିଲେ। ପରେ ଚେତେଶ୍ଵର ପୂଜାରା ମଧ୍ୟ ବିଫଳ ହୋଇଥିଲେ। ହେଲେ ତୃତୀୟ ଓ୍ଵିକେଟରେ ମୟଙ୍କ ଅଗ୍ରଓ୍ଵାଲ ଓ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ।

ଦଳର ସ୍କୋର ୧୧୫ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ଆଉଟ ହୋଇଯାଇଥିଲେ। ପରେ ଅଜ୍ୟିଙ୍କ ରାହାଣେ ବିରାଟଙ୍କ ସହ ପାଳି ଆରମ୍ଭ କରିଥିଲେ। ହେଲେ ରାହାଣେ ମଧ୍ୟ ବେଶି ସମୟ ତିଷ୍ଠି କରିପାରିନଥିଲେ। ଦଳର ସ୍କୋର ୨୦୨ ହୋଇଥିବା ବେଳେ  ବିରାଟ ମଧ୍ୟ ପାଭିଲିୟନ ଫେରିଥିଲେ। ତେବେ ବର୍ତ୍ତମାନ ହନୁମା ବିହାରୀ(୪୨) ଓ ରିଶବ ପନ୍ତ(୨୭) ରନରେ ଅପରାଜିତ ରହିଛନ୍ତି।

Comment