ଓଡ଼ିଶାଲାଇଭ ବ୍ୟୁରୋ

ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିବା ବେନ ଷ୍ଟୋକ୍ସ ବର୍ତ୍ତମାନ ଇଂଲଣ୍ଡ ଦଳର ଷ୍ଟାର ଅଲରାଉଣ୍ଡର ଭାବେ ପରିଚିତ। ଚଳିତ ବିଶ୍ଵକପରେ ଇଂଲଣ୍ଡ ପକ୍ଷରୁ ଖେଳି ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଷ୍ଟୋକ୍ସ। ଏହାମଧ୍ୟରେ ସେ ନ୍ୟୁଜିଲାଣ୍ଡର୍ ଅଫ୍ ଦି ଇଅର ପୁରସ୍କାର ଦୌଡ଼ରେ ମଧ୍ୟ ସାମିଲ ହୋଇଥିଲେ। ସେ ନ୍ୟୁଜିଲାଣ୍ଡର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କୁ ଏଥିରେ ସାମିଲ କରାଯାଇଛି।

ଷ୍ଟୋକ୍ସଙ୍କୁ ୧୨ବର୍ଷ ହୋଇଥିବା ବେଳେ ତାଙ୍କ ବାପା ଗେରାର୍ଡ ଏକ ରଗବି ଟିମକୁ ପ୍ରଶିକ୍ଷଣ ଦେବାକୁ ଇଂଲଣ୍ଡ ଚାଲିଆସିଥିଲେ। ପରେ ଗେରାର୍ଡ ସ୍ଵଦେଶ ଫେରିଯାଇଥିଲେ ମାତ୍ର ଷ୍ଟୋକ୍ସ କ୍ରିକେଟ ପ୍ରଶିକ୍ଷଣ ପାଇଁ ଇଂଲଣ୍ଡରେ ରହିଯାଇଥିଲେ। ପରେ ସେ ଇଂଲଣ୍ଡ ଜାତୀୟ ଦଳରେ ସାମିଲ ହୋଇଥିଲେ। ସେବେଠୁ ସେ ଇଂଲଣ୍ଡ ଦଳ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଆସୁଛନ୍ତି।

ସେ ଇଂଲଣ୍ଡ ପକ୍ଷରୁ ୫୨ଟି ଟେଷ୍ଟ ମ୍ୟାଚ ଖେଳି ୩,୧୫୨ ରନ କରିଛନ୍ତି। ଦିନିକିଆରେ ୯୫ ମ୍ୟାଚରୁ ୨୬୮୨ରନ ଓ ଟି-୨୦ରେ ୨୩ ମ୍ୟାଚରୁ ୨୩୨ରନ କରିଛନ୍ତି।

Comment