ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ଅଧିନରେ ବସବାସ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଯେଉଁମାନେ ଛୋଟ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବିଲ୍ଡିଂ ପ୍ଲାନ ପାଇଁ ଅଧିକ ସମୟ ପ୍ରତୀକ୍ଷା କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ୍‌ ଆବେଦନର ମାତ୍ର ୪୮ ଘଣ୍ଟାରେ ସେମାନଙ୍କୁ ବିଲ୍ଡିଂ ପ୍ଲାନ ଅନୁମତି ଦିଆଯିବ।

ସ୍ୱାୟତ୍ତ ଶାସନ ଦିବସରେ ଏହି ବ୍ୟବସ୍ଥା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଂଶୁମାନ ରଥଙ୍କୁ ମୁଖ୍ୟମନ୍ତ୍ରୀ ବିଲ୍ଡିଂ ପ୍ଲାନ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ। ଭୁବନେଶ୍ୱର ବାସିନ୍ଦାମାନେ ୧୦୦ଟି ପୂର୍ବ ଅନୁମୋଦିତ ନକ୍ସାକୁ ଭିତ୍ତିକରି ଆବେଦନ କରିପାରିବେ।

ଏହି ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ସହରାଞ୍ଚଳରେ ଲାଗୁ କରାଯିବ।

‘‘ବିଲ୍ଡିଂ ପ୍ଲାନ ଅନୁମୋଦନ ଏବେ ସହଜ ହେଲା। ୫୦୦ ବର୍ଗ ମିଟର ଭିତରେ ସୀମିତ ଏବଂ ୧୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ଘର ନିର୍ମାଣ କରିବା ପାଇଁ ଏଣିକି ୪୮ ଘଣ୍ଟା ଭିତରେ ବିଲ୍ଡିଂ ପ୍ଲାନ ଅନୁମୋଦନ ମିଳିବ’’, କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

Comment