ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୪ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଆଜିଠୁ ତାର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଦଳକୁ ଆହୁରି ମଜବୁତ୍‌ କରିବା ପାଇଁ ଦଳୀୟ ସଦସ୍ୟଙ୍କ ସଂଖ୍ୟା ଦୁଇଗୁଣା କରିବା ପାଇଁ ବିଜେଡି ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ।

ଚଳିତବର୍ଷ ଛାତ୍ର, ଯୁବକ ଓ ମହିଳାମାନଙ୍କୁ ଅଧିକ ଗୁରୁତ୍ଵ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଦସ୍ୟ ସଂଗ୍ରହ ଅଭିଯାନରେ ୫-ଟିକୁ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ସଦସ୍ୟ ସଂଗ୍ରହ ଅଭିଯାନରେ ନୂଆ ଫର୍ମୁଲା ଆପଣେଇଛି ଦଳ। ପ୍ରତି ଓ୍ଵାର୍ଡରୁ ୪ ଜଣ ସକ୍ରିୟ ସଦସ୍ୟ, ଏନ୍‌ଏସିରୁ ୫ ଜଣ ସକ୍ରିୟ ସଦସ୍ୟ, ମୁନିସିପାଲଟିରୁ ୧୫ ଜଣ ସକ୍ରିୟ ସଦସ୍ୟ ଏବଂ ମହାନଗର ନିଗମରୁ ୪୦ ଜଣ ସକ୍ରିୟ ସଦସ୍ୟ ହେବେ।

ଏହି ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିପାରିବେ।

Comment