ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରଯାନ ୨ ମିଶନରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। ଆଜି ଅର୍ବିଟରରୁ ଅଲଗା ହୋଇ ଚନ୍ଦ୍ରର ଦକ୍ଷିଣ ମେରୁ ଆଡ଼କୁ ଯାତ୍ରା ଆରମ୍ଭ କରିବ ଲାଣ୍ଟର ବିକ୍ରମ। ଗତକାଲି ଅର୍ବିଟର ଚୂଡ଼ାନ୍ତ ଅର୍ଥାତ ଚନ୍ଦ୍ରର ପଞ୍ଚମ କକ୍ଷପଥରେ ଅବସ୍ଥାପିତ ହୋଇ ସାରିଛି।

ଏହା ଆସନ୍ତା ଏକ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରୁ ଶହେ କିଲୋମିଟର ଦୂରତାରେ ବୃତ୍ତାକାର କକ୍ଷରେ ଚନ୍ଦ୍ରକୁ ପରିକ୍ରମା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିବ।

ବିକ୍ରମ ଅର୍ବିଟରରୁ ଅଲଗା ହୋଇ ଚନ୍ଦ୍ର ୪ ପଟେ ବୁଲିବା ପରେ ଦକ୍ଷିଣ ମେରୁରେ ଅବତରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ସମସ୍ତ ପ୍ରକ୍ରିୟା ସଫଳ ହେଲେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ ୨।

LEAVE A REPLY

Please enter your comment!
Please enter your name here