ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଖେଳ ଶେଷ ସରିଛି। ବର୍ତ୍ତମାନ ଭାରତ ୪୨୩ ରନରେ ଓ୍ଵେଷ୍ଟଇଣ୍ଡିଜଠାରୁ ଆଗରେ ରହିଛି। ଦ୍ଵିତୀୟ ଇଂନିସରେ ଭାରତ ୪ ଓ୍ଵିକେଟ ହରାଇ ୧୬୮ ରନ କରି ପାଳି ଘୋଷଣା କରିଛି। ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ଦଳ ୧୩ ଓଭର ୨ ଓ୍ଵିକେଟ ହରାଇ ୪୫ ରନ କରିଛି। ତେବେ ଓ୍ଵେଷ୍ଟଇଣ୍ଡିଜକୁ ଜିତିବାକୁ ହେଲେ ୪୨୩ ରନ କରିବାକୁ ହେବ।

ଦ୍ଵିତୀୟ ଟେଷ୍ଟରେ ଓ୍ଵେଷ୍ଟଇଣ୍ଡିଜ ଦଳ ପ୍ରଥମ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଇଂନିସରେ ପ୍ରଥମେ ବ୍ୟାଟିଂ କରି ଭାରତ ଏକ ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ହନୁମା ବିହାରୀ ଶତକୀୟ ପାଳି ଖେଳିଥିଲେ। ଏହାସହ ମୟଙ୍କ ଅଗ୍ରଓ୍ଵାଲ(୫୫), ବିରାଟ କୋହଲି(୭୬) ଓ ଇଶାନ୍ତ ଶର୍ମା(୫୭) ରନ କରିଥିଲେ। ଫଳରେ ଦଳ ୪୧୬ ରନ କରିୁଥିଲା।

ପରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳର ସମସ୍ତ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂରେ ଓ୍ଵେଷ୍ଟଇଣ୍ଡିଜ ଦଳ ଧରାଶାୟୀ ହୋଇଯାଇଥିଲା। ଫଳରେ ଦଳ ସମସ୍ତ ଓ୍ଵିକେଟ ହରାଇ ୧୧୭ ରନ କରିପାରିଥିଲା।

ଦ୍ଵିତୀୟ ଇଂନିସରେ ଭାରତ ୧୬୮ ରନ କରି ପାଳି ଘୋଷଣା କରିଥିଲା। ଏଥିରେ ଦଳ ପକ୍ଷରୁ ରାହାଣେ ୬୪ ରନ ଓ ହନୁମା ବିହାରୀ ୫୩ ରନ କରିଛନ୍ତି। ପରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ୨ ଓ୍ଵିକେଟ ହରାଇ ୪୫ ରନ କରିଛି। ତେବେ ଏହି ଟେଷ୍ଟ ଜିତିବାକୁ ହେଲେ ଓ୍ଵେଷ୍ଟଇଣ୍ଡିଜକୁ ୪୨୩ ରନ ଆବଶ୍ୟକ।

Comment