ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ଆଜି ଏକ ବଡ଼ ଦିନ। ଭିଏନା ଚୁକ୍ତି, ଆନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ପତି ଆଧାରରେ ଯାଦବଙ୍କୁ କନ୍‌ସୁଲାର ଆକ୍ସେସ୍‌ ବା ଦୂତାବାସ ସହାୟତା ଆଜି ପ୍ରଦାନ କରାଯିବ। ଯାଦବଙ୍କୁ ଏହି ସହାୟତା ପ୍ରଦାନ କରିବାକୁ ପାକିସ୍ତାନ ରାଜି ହେବା ପରେ ଆଜି ଅପରାହ୍‌ଣରେ ପାକିସ୍ତାନରେ ତାଙ୍କୁ ଭେଟିବେ ଭାରତୀୟ ଡେପୁଟି ହାଇକମିଶନର।

ଭାରତୀୟ କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା, ଆଜି ଭେଟିବେ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁଓ୍ୱାଲିଆ ଆଜି ଦୁଇ ଘଣ୍ଟା ପାଇଁ ତାଙ୍କୁ ଭେଟିବେ। ଏହି ସାକ୍ଷାତକାର ଅବାଧ ନିରପେକ୍ଷ ହେବ ବୋଲି ଭାରତ ଆଶାବଦୀ ରହିଛି।

ପୂର୍ବରୁ ଯାଦବଙ୍କୁ  କନ୍‌ସୁଲାର ଆକ୍ସେସ୍‌ ଯୋଗାଇ ଦେବା ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା। ମାତ୍ର ସେଥିରେ ପାକିସ୍ତାନ କିଛି ସର୍ତ୍ତ ରଖିଥିଲା। ସେଥିପାଇଁ ଏହି ପ୍ରସ୍ତାବକୁ ଭାରତ ଖାରଜ କରିଥିଲା। ଫଳରେ କୁଳଭୂଷଣଙ୍କୂ ନିଃସର୍ତ୍ତ ଦୂତାବାସ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲା ଭାରତ।

ଜୁଲାଇ ୧୭ରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ) କୁଳଭୂଷଣଙ୍କ ନାଁ ପାକିସ୍ତାନ ଶୁଣାଇଥିବା ମୃତ୍ୟୁ ଦଣ୍ଡା ଉପରେ ରୋକ୍‌ ଲଗାଇଥିଲେ। ଅନ୍ୟପକ୍ଷରେ ଜେନିଭା ଚୁକ୍ତି ଅନୁଯାୟୀ, କୌଣସି ବିଦେଶୀ ଦେଶର ନାଗରିକଙ୍କୁ ଗିରଫ କଲେ କନ୍‌ସୁଲାର ଆକ୍ସେସ୍‌ ବା ଦୂତାବାସ ସହାୟତା ଯୋଗାଇଦିଆଯାଏ। ତେବେ ଏହାକୁ ମାନି ନଥିବାରୁ ଆଇସିଜେ ପାକିସ୍ତାନକୁ ନିନ୍ଦା କରିଥିଲା। ଏହାପରେ ପାକିସ୍ତାନ କୁଳଭୂଷଣଙ୍କୁ କନ୍‌ସୁଲାର ଆକ୍ସେସ୍‌ ଯୋଗାଇ ଦେବାକୁ ରାଜି ହୋଇଥିଲା।

Comment