ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୂଜବଳ ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ୪୦୭ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଭୂଜବଳ ଗାଁର ଚୈତନ ଗୁଆବଂଶ।

ସୋମବାର ଭୋର ସକାଳୁ ସାଇକେଲ ଯୋଗେ ଚୈତନ ଗୁଆବଂଶ ନିଜ କାମକୁ ଯାଉଥିଲେ। ତାଙ୍କ ପଛରେ ଆଉ ଜଣେ ବ୍ୟକ୍ତି ବିରସିଂହ ପ୍ରାତଃ ଭ୍ରମଣ କରୁଥିବା ସମୟରେ ପଛପଟୁ ୪୦୭ ଗାଡ଼ି ତାଙ୍କ ଗୋଡ ଉପରେ ଚଢ଼ି ଯାଇ ଆଗରେ ଥିବା ଚୈତନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଚୈତନ ଗୁଆବଂଶଙ୍କର ମୃତ୍ୟ ହୋଇଥିବା ବେଳେ ବିରସିଂହଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବିରସିଂହଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଚୈତନ ଗୁଆବଂଶଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ବେଳେ ପୋଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।

Comment