ଓଡ଼ିଶାଲାଇଭ ବ୍ୟୁରୋ

ମହାରାଷ୍ଟ୍ରର ନଭି ମୁମ୍ଵାଇସ୍ଥିତ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ(ଓଏନ୍‌ଜିସି) ପ୍ଲାଣ୍ଟରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଛି ୪ଜଣ ଆହତ ହୋଇଛନ୍ତି। ପରେ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୌଣସି କାରଣରୁ ମଙ୍ଗଳବାର ପ୍ଲାଣ୍ଟର ଶୀତଳଭଣ୍ଡାରରେ ନିଆଁ ଲାଗିଯାଇଥିଲା। ଚାରିଆଡ଼େ ନିଆଁ ବ୍ୟାପିଯିବା ଖବର ପାଇବା ପରେ କର୍ମଚାରୀ ଓ ଦମକଳ ବାହିନୀ ନିଆଁ ଲିଭାଇଥିଲେ। ପ୍ରାୟ ୩ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୋଲିସ ଓ ପ୍ଲାଣ୍ଟର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comment