ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଦୁଇଟି ଯାକ ମ୍ୟାଚ ଜିତି ସିରିଜ ଅକ୍ତିଆର କରିଛି। ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ୨୫୭ରନରେ ବିଜୟୀ ହୋଇଛି। ଏହାସହ ବିରାଟ କୋହଲି ସବୁଠାରୁ ସଫଳତମ ଅଧିନାୟକ ଭାବେ ଗୌରବ ଅର୍ଜନ କରିଛନ୍ତି। ଏହି ବିଜୟ ପରେ ଭାରତକୁ ବିଶ୍ଵ ଟେଷ୍ଟ ଚାମ୍ପିୟନସିପ୍‌ ପାଇଁ ୬୦ ପଏଣ୍ଟ ହାସଲ କରିଛି।

ଦ୍ଵିତୀୟ ଟେଷ୍ଟରେ ଓ୍ଵେଷ୍ଟଇଣ୍ଡିଜ ଦଳ ପ୍ରଥମ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଇଂନିସରେ ପ୍ରଥମେ ବ୍ୟାଟିଂ କରି ଭାରତ ଏକ ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ହନୁମା ବିହାରୀ ଶତକୀୟ ପାଳି ଖେଳିଥିଲେ। ଏହାସହ ମୟଙ୍କ ଅଗ୍ରଓ୍ଵାଲ(୫୫), ବିରାଟ କୋହଲି(୭୬) ଓ ଇଶାନ୍ତ ଶର୍ମା(୫୭) ରନ କରିଥିଲେ। ଫଳରେ ଦଳ ୪୧୬ ରନ କରିୁଥିଲା।

ପରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳର ସମସ୍ତ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂରେ ଓ୍ଵେଷ୍ଟଇଣ୍ଡିଜ ଦଳ ଧରାଶାୟୀ ହୋଇଯାଇଥିଲା। ଫଳରେ ଦଳ ସମସ୍ତ ଓ୍ଵିକେଟ ହରାଇ ୧୧୭ ରନ କରିପାରିଥିଲା।

ଦ୍ଵିତୀୟ ଇଂନିସରେ ଭାରତ ୧୬୮ ରନ କରି ପାଳି ଘୋଷଣା କରିଥିଲା। ଏଥିରେ ଦଳ ପକ୍ଷରୁ ରାହାଣେ ୬୪ ରନ ଓ ହନୁମା ବିହାରୀ ୫୩ ରନ କରିଛନ୍ତି। ପରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ୫୯ ଓଭରରେ ୨୧୦ ରନ କରି ଅଲ ଆଉଟ ହୋଇଥିଲା। ଦଳ ପକ୍ଷରୁ ସାମରାହ ବ୍ରୁକ୍ସ ଅର୍ଦ୍ଧଶତକ ହାସଲ କରିଥିଲେ।  ହେଲେ ଜାଡେଜା ଓ ସାମିଙ୍କ ଘାତକ ବୋଲିଂରେ ଭାରତ ୨୫୭ରନରେ ଏହି ମ୍ୟାଚକୁ ହାତେଇଥିଲା।

Comment