ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଳଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କିଛି ଦିନ ପୂର୍ବେ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ୱିତୀୟ ଲତା ମଙ୍ଗେସ୍‌କର ବୋଲି କୁହାଯାଉଛି। ଗୀତଟି ଭାଇରାଲ ହେବାପରେ ବଲିଉଡ ସଂଗୀତ ନିର୍ଦ୍ଦେଶକ ହିମେଶ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି। ଏହା ପରେ ରାତାରାତି ଷ୍ଟାର ପାଲଟିଛନ୍ତି ରାନୁ ମଣ୍ଡଳ।

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ‘ଏକ ପ୍ୟାର୍ କା ନଗ୍‌ମା ହେ’ ଗୀତଟି ଗାଇ ରାନୁ ଚର୍ଚ୍ଚାର ଘେରକୁ ଆସିଥିଲେ। ତେବେ ରାନୁଙ୍କ ଏହି ସଫଳତାକୁ ନେଇ ସୁର ସାମ୍ରାଜ୍ଞୀ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଲତା କହିଛନ୍ତି,” ଯଦି ମୋ ନାମ ଓ କାମ ଯୋଗୁଁ କାହାର କିଛି ଭଲ ହେଉଛି ତେବେ, ମୁଁ ମୋ ନିଜକୁ ଭାଗ୍ୟଶାଳୀ ମନେ କରିବି। ହେଲେ କାହାର ନକଲ କରି ସଫଳତା ପାଇଥିବା ଲୋକ ସବୁବେଳେ ସଫଳ ହୋଇପାରିବ ନାହିଁ। କିଶୋର ଦା, ମୁକେଶ ଭାଇ, ମହମ୍ମଦ ରଫି, ଆଶା ଭୋସ୍‌ଲେ ଅଥବା ମୋର ଗୀତ ଗାଇ ଜଣେ କେବଳ କିଛି ଦିନ ପାଇଁ ଚର୍ଚ୍ଚାରେ ରହିପାରିବ। ସବୁଦିନ ପାଇଁ ନୁହେଁ।

ଯୁବ ପିଢ଼ିଙ୍କୁ ପରାମର୍ଶ ଦେଇ ଲତା ଆହୁରି ମଧ୍ୟ କହିଛନ୍ତି, ସଂଗୀତକୁ ନିଜ ସ୍ୱରରେ ଗାଇବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ।”

LEAVE A REPLY

Please enter your comment!
Please enter your name here