ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍‌ସ ଆଣ୍ଡ ସମ୍ ହସ୍ପିଟାଲର ହେମାଟୋଲୋଜି ବିଭାଗ ଏବଂ ହେମୋଫିଲିଆ ସୋସାଇଟି ହେମୋଫିଲିଆ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସୋଆ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟେଟ୍ ବ୍ଲଡ ଟ୍ରାନ୍‌ଫ୍ୟୁଜନ୍‌ କାଉନ୍‌ସିଲର ନିର୍ଦ୍ଦେଶକ (ବ୍ଲଡ ସେଫ୍ଟି) ଡକ୍ଟର ମାନସ ରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିପରି ଷ୍ଟେଟ୍ ବ୍ଲଡ ଟ୍ରାନ୍‌ଫ୍ୟୁଜନ୍‌ କାଉନ୍‌ସିଲର ଉପ-ନିର୍ଦ୍ଦେଶକ ଡକ୍ଟର ଏସ୍. ରଥ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଡକ୍ଟର ପୁଷ୍ପରାଜ ସାମନ୍ତସିଂହାର ଏବଂ ସମ୍ ହସ୍ପିଟାଲ୍ ହେମାଟୋଲୋଜି ବିଭାଗର ମୁଖ୍ୟ ଡକ୍ଟର ପ୍ରିୟଙ୍କା ସାମଲ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ୩୦୦ ଜଣ ହେମୋଫିଲିଆ ରୋଗୀ ଓ ତାଙ୍କ ପରିବାର ଲୋକ ସାମିଲ ହୋଇଥିଲେ।

ଓଡ଼ିଶା ସରକାରଙ୍କ ପକ୍ଷରୁ ହେମୋଫିଲିଆ ରୋଗୀଙ୍କ ପାଇଁ ଯାତାୟତ ଖର୍ଚ୍ଚ ବାବଦକୁ ମାସିକ ୫୦୦ ଟଙ୍କାର ଲାଭ ଉଠାଇ ପାରିବେ ବୋଲି ଡକ୍ଟର ମାନସ ରଞ୍ଜନ ସାମନ୍ତରାୟ ସୂଚନା ଦେଇଥିଲେ।

ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲ୍, ରାଉରକେଲା ସରକାରୀ ହସ୍ପିଟାଲ୍ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ତିନୋଟି ଡେ କେୟାର ସେଣ୍ଟର ଖୋଲାଯିବା ନେଇ ସରକାର ନିଷ୍ପତି ନେଇଥିବା କଥା ଡକ୍ଟର ସାମନ୍ତରାୟ କହିଥିଲେ।

ଡକ୍ଟର ଆଶୁତୋଷ ପାଣିଗ୍ରାହୀ ହୋମ୍ ଥେରାପି ଟ୍ରିଟ୍‌ମେଣ୍ଟ ବିଷୟରେ କହିଥିଲେ। ଆଗାମୀ ଦିନରେ ଉପଲବ୍ଧ ହେବାକୁ ଥିବା ଔଷଧ ବିଷୟରେ ମଧ୍ୟ ସେ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here