ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର ବିକ୍ରମ। ଆଜି ଭୋରରୁ ପୁଣିଥରେ ଲାଣ୍ଡର ବିକ୍ରମକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଭୋର ୩ଟା ୪୧ ମିନିଟରେ ଲାଣ୍ଡରକୁ ଚନ୍ଦ୍ରର ନିକଟତମ କକ୍ଷ ତଥା ୩୫ କିଲୋମିଟର କକ୍ଷକୁ ଅଣାଯାଇଛି।

ଗତକାଲି ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଛି ଇସ୍ରୋ । ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ମାତ୍ର ୯ ସେକେଣ୍ଡ ଲାଗିଥିଲା।

ବିକ୍ରମ ଏବେ ଚନ୍ଦ୍ରର ନିକଟବର୍ତ୍ତୀ ୩୫ କିଲୋମିଟର ଦୂରତା ୧୦୧ କିଲୋମିଟର କକ୍ଷପଥରେ ଘୂରି ବୁଲୁଛି। ଲାଣ୍ଡର ଆସନ୍ତା ୭ ତାରିଖ ୧ଟା ୪୫ ମିନିଟରେ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ବୋଲି ଆଶା ରଖିଛି ଇସ୍ରୋ।

Comment