ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ବର୍ଷା ଯୋଗୁଁ ଭାରତର ବାଣିଜ୍ୟ ରାଜଧାନୀ ମୁମ୍ବାଇ ବେହାଲ ସ୍ଥିତିରେ ପହଁଚିଛି। ନିରନ୍ତର ବର୍ଷା ଯୋଗୁଁ  ମୁମ୍ବାଇବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ଜଳରେ ଉବୁଟୁବୁ ମାୟାନଗରୀରେ ଅଣନିଶ୍ୱାସୀ ହୋଇଗଲେଣି ବାସିନ୍ଦା। ଅବିରତ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇଛି।

ସାଧାରଣ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ମୁମ୍ବାଇର ସମସ୍ତ ସ୍କୁଲ ଓ କଲେଜକୁ ଆଜି ସରକାରୀ ଛୁଟି ଘୋଷଣା କରାଯାଇଛି। ବର୍ଷାରେ ସହରରେ ନାହିଁ ନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଥାନେ ଓ ନଭି ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ରାସ୍ତାଘାଟ ଚାରିଆଡେ ଜଳମଗ୍ନ ହୋଇଥିବାରୁ ଯାତାୟତ ଓ ରେଳ ଚଳାଚଳରେ ବାଧାପ୍ରାପ୍ତ ଉପୁଜିଛି। ଗତକାଲିଠୁ ଲାଗିରହିଥିବା ବର୍ଷା ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment