ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍‌ ଧରିବାକୁ ଥିବା ଯାତ୍ରୀମାନେ ସତ୍‌ସଙ୍ଗ ବିହାରରୁ ବସ୍‌ ଧରିପାରିବେ। ଏନେଇ କଟକଣା ଜାରି କରିଛି କମିଶନରେଟ୍‌ ପୋଲିସ।

ଯେକୌଣସି ସ୍ଥାନରେ ବସ୍‌ ରଖି ଯାତ୍ରୀଙ୍କୁ ବସ୍‌ରେ ଉଠାଇପାରବେନି ବସ୍‌ ଚାଳକ। ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଅନ୍ୟତମ ମୁଖ୍ୟ କାରଣ ହେଲା ଜନଗହଳି ପୂର୍ଣ୍ଣ ଛକମାନଙ୍କରେ ବସ୍‌ଗୁଡିକର ଯାତ୍ରୀ ଉଠେଇବା। ଏହି ସମସ୍ୟାର ସମାଧାନ ପାଇଁ ଟ୍ରାଫିକ୍ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିଛି।

ଏହାସହ ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ରାସ୍ତାକୁ ‘ନୋ ଓଭରଟେକିଂ’ ଜୋନ ଭାବରେ ଘୋଷଣା ମଧ୍ୟ କରାଯାଇଛି।

ଏହା ଫଳରେ ବରମୁଣ୍ଡାରୁ ପଳାଶୁଣୀ ମଧ୍ୟରେ ବସ୍‌ଗୁଡିକ ଓଭରଟେକିଂ କରିପାରିବେନି। ଏହାସହ ରାତ୍ରିକାଳୀନ ବସଗୁଡ଼ିକ ବରମୁଣ୍ଡାରୁ ବାହାରି ଓଭରବ୍ରିଜ ଉପର ଦେଇ ଯାତ୍ରା କରିବେ। ଯାତ୍ରୀମାନେ ସିଧାସଳଖ ବରମୁଣ୍ଡା କିମ୍ବା ପଳାଶୁଣୀରେ ବସ୍‌ରେ ଚଢ଼ିପାରିବେ।

ତେବେ ଆଜିଠୁ ବସ୍‌ଗୁଡ଼ିକ ଫ୍ଲାଏଓଭର୍‌ ଦେଇ ଯାଉଥିବା ପରିଲକ୍ଷିତ ହୋଇଛି। ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍‌ ଧରିବା ପାଇଁ ଚାହୁଁଥିବା ଯାତ୍ରୀ ସତ୍‌ସଙ୍ଗ ବିହାର ପର୍ଯ୍ୟନ୍ତ ଯାଇ ବସ୍‌ ଧରିବେ। ଜୟଦେବ ବିହାର ଛକରୁ ବସ୍‌ ଧରିବାକୁ ଚାହୁଥିବା ଯାତ୍ରୀ ଫ୍ଲାଏ ଓଭରରେ ଥିବା କଟ୍‌ରୁ ବସ ଧରିବେ। ଆଜି ଠାରୁ ବସ୍‌ମାଲିକମାନେ ଏଥିରେ ଅଭ୍ୟସ୍ତ ହେବା ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here