ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ବଢ଼ି ଚାଲିଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ନୂଆ କୌଶଳ ଆପଣେଇବାକୁ ଯାଉଛି କମିଶନରେଟ ପୋଲିସ। ଅପରାଧୀଙ୍କୁ ଧରିବା ପାଇଁ ଗୁଗୁଲ ମ୍ୟାପର ସହାୟତା ନେବ କମିଶନରେଟ ପୋଲିସ। ଏ ନେଇ ସୂଚନା ଦେଇଛନ୍ତି ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଗୁଗୁଲ ମ୍ୟାପିଂ ଦ୍ଵାରା ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ଟେଲିକମ୍ ସଂସ୍ଥାଗୁଡ଼ିକର ସହାୟତା ଲୋଡ଼ାଯିବ। ଗୁଗୁଲ ମ୍ୟାପିଂ ଦ୍ଵାରା ପୂର୍ବରୁ ଘଟିଥିବା ଅପରାଧସ୍ଥଳ ଏବଂ ଅପରାଧୀଙ୍କ କାର୍ଯ୍ୟକଳାପର ରେକର୍ଡ ଆଧାରରେ ଅପରାଧ ନିମୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବ।

ପ୍ରଥମ ପର୍ଯ୍ୟାୟରେ ଛିନତାଇ ଏବଂ ଲୁଟ ଉପରେ ଗୁରୁତ୍ଵ ଦିଆଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ରାଜଧନୀ ଭୁବନେଶ୍ଵରରେ ଦିନକୁ ଦିନ ଚୋରି, ଲୁଟ ଏବଂ ଆକ୍ରମଣ ଘଟଣା ବଢ଼ିବାକୁ ଲାଗିଛି। ରାତି ହେଉ ବା ଦିବାଲୋକ ବେଧଡ଼କ ଘଟିଚାଲୁଛି ଅପରାଧ। ଏପରି କି ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଅପାର୍ଟମେଣ୍ଟରୁ ଲୁଟ ହେବା ଘଟଣା ପୋଲିସର ମୁଣ୍ଡାବିନ୍ଧା ବଢ଼ାଇ ଦେଇଛି। ଭୁବନେଶ୍ଵରରେ ଅପରାଧ ନିୟନ୍ତ୍ରଣ ପାଇଁ ଏବେ ନୂଆ କୌଶଳ ଆପଣେଇବାକୁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ।

Tags: #Bhubaneswar #CommissioneratePolice #Odisha #StopCrime #Criminal #CrimeHotspotInBhubaneswar

LEAVE A REPLY

Please enter your comment!
Please enter your name here