ଓଡ଼ିଶାଲାଇଭ ବ୍ୟୁରୋ

କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନ୍ନପୂର୍ଣ୍ଣା ଚୌଧୁରୀ ନାମକ ଜଣେ ଛାତ୍ରୀ ଉପରେ ଟ୍ରକ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ନପୂର୍ଣ୍ଣା ରେଭେନ୍ସା ବିଶ୍ଵବିଦ୍ୟାଳୟର ଯୁକ୍ତ ତିନିର ତୃତୀୟ ବର୍ଷର ଛାତ୍ରୀ। ତାଙ୍କ ଘର ଚୌଦ୍ଵାର ଅଞ୍ଚଳରେ।

ଆଜି ଦିନ ସାଢ଼େ ଗୋଟାଏ ବେଳେ ଦୁର୍ଘଟଣା ଘଟିଛି। ଅନ୍ନପୂର୍ଣ୍ଣା କ୍ଲାସ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇଥିଲେ। ପରେ ଟ୍ରକଟି ତାଙ୍କ ଉପରେ ଚଢ଼ି ଚାଲିଯାଇଥିଲା।

Comment