ଓଡ଼ିଶାଲାଇଭ ବ୍ୟୁରୋ

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଆସେସ୍‌ ଟେଷ୍ଟରେ ଦ୍ଵିଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌। ଫଳରେ ପ୍ରଥମ ଇଂନିସ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୯୭ରନର ବିଶାଳ ସ୍କୋର କରିଛି। ଇଂଲଣ୍ଡ ତା’ର ପ୍ରଥମ ଇଂନିସରେ ୧୦ ଓଭରରେ ୧ ଓ୍ଵିକେଟ ହରାଇ ୨୩ ରନ କରିଛି।

ଆସେସ୍‌ର ଚତୁର୍ଥ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳର ଓପନର ଦଳକୁ ନିରାଶ କରିଥିଲେ। ହେଲେ ପରବର୍ତ୍ତୀ ଓ୍ଵିକେଟରେ ମାର୍ନସ ଲାବୁସଚେଞ୍ଜ ଓ ଷ୍ଟିଭେନ ସ୍ମିଥଙ୍କ ଯୋଡ଼ି ଚମତ୍କାର ପ୍ରଦର୍ଶନ କରିଥିଲେ। ଲାବୁସଚେଞ୍ଜ ୬୭ ରନ କରି ଆଉଟ ହୋଇଯିବା ପରେ ଷ୍ଟିଭେନ ସ୍ମିଥ ଏକାକି ୨୧୧ ରନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଟିମ୍‌ ପାଇନ(୫୮) ଓ ମିଚେଲ ଷ୍ଟାର୍କ(୫୪) ରନ କରିଥିଲେ। ଫଳରେ ଦଳ ୪୯୭ ରନର ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଛି।

Comment