ଓଡ଼ିଶାଲାଇଭ୍‌ ବ୍ୟୁରୋ 

କୋରାପୁଟ ଜିଲ୍ଲା ଜୟପୁର କୋଟପାଡ଼ ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି। ଡକାୟତି ଯୋଜନାର ସୁରାକ ପାଇ କୋଟପାଡ଼ ପୋଲିସ ଚଢାଉ କରିଥିଲା। ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି।

ଗତ କାଲି ରାତି ୨ଟାରେ ଶଶାହାଣ୍ଡି ଗାଁ ଦେଇ ଯାଇଥିବା ୬ ନମ୍ବର ଜାତୀୟ ରାଜପଥରେ ବଡ ଧରଣା ଡକାୟତି ଯୋଜନା କରୁଥିବା ପୋଲିସ ସୁରାକ ପାଇଥିଲା। ପୋଲିସ୍‌ ଚଢ଼ାଉ କରି ଏକ ବୋଲେରୋ ପିକଅପ୍‌, ଲଙ୍କାଗୁଣ୍ଡ, ଛୁରି, ଭୁଜାଲି, ଲୁହା ରଡ୍‌, ଠେଙ୍ଗା, କଳା ମୁଖା ଜବତ କରିଛି।

ଘଟଣାସ୍ଥଳରୁ ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିଲା। ଗିରଫ କିର ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ହରେ କୃଷ୍ଣ ମାଝି ପ୍ରକାଶ କରିଛନ୍ତି। ଏମାନଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Comment