ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ଦେଶରେ ମୋଟର ଯାନ ନିୟମ ବଦଳିବା ପରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା ତ ଲାଗୁ ହେଉଛି। ଇତି ମଧ୍ୟରେ ଲୋକେ ପଚାରିବା ଆରମ୍ଭ କଲେଣି କ’ଣ ଚପଲ ଓ ସାଣ୍ଡାଲ ପିନ୍ଧି ଗାଡ଼ି ଚଳାଇଲେ ବି ତଣ୍ଡ ଗଣିବାକୁ ପଡ଼ିବ କି? ନିୟମ ଅନୁଯାୟୀ ଏହାର ଉତ୍ତର ହଁ। ହାଓ୍ଵାଇ ଚପଲ ପିନ୍ଧି ଯେଉଁମାନେ ଦୁଇ ଚକିଆ ଯାନ ଚଳାଉଛନ୍ତି ସେମାନଙ୍କଠାରୁ ବି ଜରିମାନା ଆଦାୟ କରାଯିବ କାରଣ ଏହା ଟ୍ରାଫିକ ନିୟମର ଉଲ୍ଲଂଘନ।
ଟ୍ରାଫିକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଚପଲ କିମ୍ବା ସାଣ୍ଡାଲ ପିନ୍ଧି ଦୁଇ ଚକିଆ ଯାନ ଚଲାଇବା ଉପରେ ଜରିମାନା ବ୍ୟବସ୍ଥା ବହୁ ଆଗରୁ ରହିଛି। କିନ୍ତୁ ପୋଲିସ ଓ ସମ୍ପୃକ୍ତ ବିଭାଗ ଏହାକୁ ଗୁରୁତ୍ୱର ସହ ନେଉନଥିଲା।
ଏବେ କିନ୍ତୁ ଚପଲ ପିନ୍ଧି ସ୍କୁଟର କି ମୋଟର ସାଇକେଲ ଚଲାଇଲେ ଚାଲାଣ କାଟିବେ ପୋଲିସ। ସେ କହନ୍ତି ଯେ ଏବେଠାରୁ ଚପଲ ପିନ୍ଧି ଦୁଇ ଚକିଆ ଗାଡ଼ି ଚଲାଇବା ମୋଟର ଯାନ ଆଇନର ଖିଲାପ ବୋଲି ଧରାଯିବ।
ଇତି ମଧ୍ୟରେ ନୂଆ ନିୟମ ଓ ଏହାର ପ୍ରୟୋଗକୁ ନେଇ ସମଗ୍ର ଦେଶରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ବିରୋଧୀ ଦଳ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷଣ ଆରମ୍ଭ ହୋଇଯାଇଛି।
सौजन्य से NBT
मेरे गरीब भाई बहनों सतर्क हो जाइये-
गांव का किसान,मजदूर,गरीब छात्र,छात्राएं
अब चप्पल पहनकर बाइक नही चला सकते
मोदी,योगी राज में सूट बूट पहनकर बाइक
चलाना होगा नही तो जोगी बाबा की पुलिस
हजारों रु0 की चालान काट देगी।आपकी
टूटी फूटी गाड़ी को नीलाम कर देगी@samajwadiparty pic.twitter.com/nKDMDbYIJT— I.P. Singh (@IPSinghSp) September 5, 2019
ସମାଜବାଦୀ ପାର୍ଟି ନେତା ଆଇପି ସିଂହ ଏକ ଟୁଇଟରେ କହିଛନ୍ତି, ‘‘ମୋ ଗରୀବ ଭାଇ ଓ ଭଉଣୀମାନେ ସତର୍କ ହୋଇ ଯାଆନ୍ତୁ। ଗାଁ ଗହଳିର କିଷାନ, ମଜଦୁର, ଗରିବ ଛାତ୍ରଛାତ୍ରୀ ଏବେ ଆଉ ଚପଲ ପିନ୍ଧି ଦୁଇ ଚକିଆ ଚଲାଇ ପାରିବେ ନାହିଁ। ମୋଦି ଓ ଯୋଗୀଙ୍କ ରାଜ୍ୟରେ ସୁଟ-ବୁଟ ପିନ୍ଧି ଗାଡ଼ି ଚଳାଇବାକୁ ପଡ଼ିବ। ତାହା ନକଲେ ଯୋଗୀ ବାବାଙ୍କ ପୋଲିସମାନେ ହଜାରେ ଟଙ୍କାର ଚାଲାଣ କାଟିବେ ଓ ଆପଣମାନଙ୍କ ଭଙ୍ଗା ପୁରୁଣା ସ୍କୁଟିକୁ ନିଲାମ କରିଦେବେ।’’