ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ରୋକା ଯାଇପାରିବ ଅପରାଧ। ରାଜଧାନୀରେ ଅପରାଧ ରୋକିବାକୁ କମିସନରେଟ ପୋଲିସର ଆଉ ଏକ ପ୍ରୟାସ । ହ୍ୱାଟ୍ସଆପ୍ ନମ୍ବର ୭୦୭୭୭୯୮୧୧୧ ଜାରି କରିଛି କମିସନରେଟ ପୋଲିସ। ଏହି ନମ୍ବର ମାଧ୍ୟମରେ ଅପରାଧ ସମ୍ପର୍କରେ ସିଧାସଳଖ ପୋଲିସକୁ ଅଭିଯୋଗ କରିପାରିବେ ରାଜଧାନୀବାସୀ।

ଦିନକୁ ଦିନ ରାଜଧାନୀରେ ଛିନତାଇ, ଲୁଟ୍‌, ରାହାଜାନୀ ଭଳି ଅପରାଧ ବୃଦ୍ଧି ପାଉଛି। ଏଥିରୁ ରାଜଧାନୀବାସୀଙ୍କୁ ସୁରକ୍ଷା ଦେବାପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛି ପୋଲିସ। ଯଦି କୌଣସି ବ୍ୟକ୍ତି କିଛି ଅପରାଧ ହେଉଥିବା ଦେଖନ୍ତି, ତେବେ ଜାରି ହୋଇଥିବା ନମ୍ବରରେ ସଙ୍ଗେସଙ୍ଗେ ପୋଲିସକୁ ତଥ୍ୟ ଦେଇପାରିବେ। ତଥ୍ୟ ମୂତାବକ ଅପରାଧ ହେଉଥିବା ସ୍ଥାନରେ ପହଞ୍ଚି, ସୁରକ୍ଷା ଦେବା ସହ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଏଥିସହ ଏହି ହ୍ୱାଟ୍ସଆପ୍ ନମ୍ବରରେ ମାମଲାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଜାଣିହେବ। କେବଳ ରାଜଧାନୀ ପାଇଁ ଏହି ନମ୍ବର ଜାରି କରାଯାଇଥିବା ସୂଚନା ମିଳିଛି।

Comment