ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଶ୍ରୀରାମ ନବମୀ ଅବସରରେ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ପ୍ରବଳ ଭିଡ଼ ଜମିଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ କରିଥିଲା କମିସନରେଟ ପୋଲିସ। ଭୁବନେଶ୍ୱରରେ କରୋନା ସଂକ୍ରମଣର ହାର ବଢ଼ୁଥିବାରୁ ମଙ୍ଗଳବାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା ବିଏମ୍‌ସି।

ରାମ ନବମୀରେ ମନ୍ଦିରରେ ଭିଡ଼ହେବା ଆଶଙ୍କା କରି ଗୋଟିଏ ପ୍ଲାଟୁନ ପୋଲିସ ମୂତୟନ କରାଯାଇଥିଲା। କଡ଼ା କଟକଣା ସତ୍ତ୍ୱେ ଅନେକ ଶ୍ରଦ୍ଧାଳୁ ମନ୍ଦିର ପାଖରେ ଜମା ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ମନ୍ଦିର ଫାଟକ ନିକଟରେ ରହି ପୂଜାରୀଙ୍କୁ ଭୋଗ ସାମଗ୍ରୀ ବଢ଼ାଉଥିଲେ। ମନ୍ଦିର ବାହାରେ ଦୀପ, ଫୁଲ, ପୂଜାସାମଗ୍ରୀ ଆଦି ବିକ୍ରୀ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା।

ବିଏମ୍‌ସିର କରୋନା ରିପୋର୍ଟ ଅନୁସାରେ ଗତ ୧୯ଦିନ ମଧ୍ୟରେ ଭୁବନେଶ୍ୱରରୁ ୩୮୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ତେଣୁ ସବୁ ସ୍ଥାନରେ ବିଏମ୍‌ସି ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

Comment