ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗକୁ ସଂକ୍ରମଣ ହାର ଆହୁରି ବଢ଼ିବ। ଅନ୍ୟ ଦେଶଗୁଡ଼ିରେ ଯେଉଁଭଳି ଭାବେ ସ୍ଥିତି ରହିଛି ସେହି ଅନୁପାତରେ ଓଡ଼ିଶାରେ ସଂକ୍ରମଣ ହାର ବୃଦ୍ଧି ପାଉଛି। ଆହୁରି ଦୁଇମାସ ସଂକ୍ରମଣ ବଢ଼ିବ। ଏହି ଦୁଇମାସ ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

କୋଭିଡ ମୁକାବିଲା ପାଇଁ ସମସ୍ତେ କୋଭଡ ନିୟମକୁ କଡ଼ାକଡ଼ି ପାଳନ କରିବାର ଆବଶ୍ୟକତା ରହିଛି। ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ ଓ ସାବୁନରେ ହାତ ଧୋଇବା ତଥା ସାନିଟାଇଜର ବ୍ୟବହାର କରିବା ଦ୍ଵାରା ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇପାରିବ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮,୭୭୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୨୪୨ରେ ପହଞ୍ଚିଛି। ଜାନୁଆରି ୫ ତାରିଖ ରାଜ୍ୟରେ କରୋନାର ଆକ୍ଟିଭ୍ କେସ୍ ୫ ହଜାର ୭୩୯ ରହିଥିଲା। ଗୋଟିଏ ସପ୍ତାହରେ ଏହା ୭ ଗୁଣା ବୃଦ୍ଧି ପାଇଛି। ସଂଘରୋଧ କେନ୍ଦ୍ରରୁ ୫ ହଜାର୯୬ ଜଣ ଓ ଲୋକାଲ୍ କେସ୍ ୩ ହଜାର ୬୮୨ଟି ରହିଛି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୭୯୨ ଜଣ ନୂଆ କରୋନା ଆକ୍ରାନ୍ତ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୬୧୫ ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ଦ୍ଵିତୀୟ ସର୍ବାଧିକ ଜିଲ୍ଲା ଭାବେ ସୁନ୍ଦରଗଡ଼ରୁ ୧,୨୫୨ ଆକ୍ରାନ୍ତ ରହିଛନ୍ତି। ଏହାପରେ କଟକ ଜିଲ୍ଲାରୁ ୭୬୬ ଜଣ, ସମ୍ଵଲପୁରରୁ ୫୯୬ ଜଣ, ମୟୂରଭଞ୍ଜରୁ ୩୩୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ କେସ୍ ରହିଛି। ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି।

Comment