ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୋଟିଏ ଦିନରେ ରାଜ୍ୟରୁ ୧୦୦୫୯ ଜଣ କରୋନା ପଜିଚିଭ୍ ଚିହ୍ନଟ
  • କ୍ଵାରେଣ୍ଟିନ୍‌ରୁ ୫୮୩୩, ଲୋକାଲ୍ କେସ୍ ୪୨୨୬
  • ୧୮ ବର୍ଷରୁ କମ୍ ୮୭୨ ଜଣ ନୂଆ ପଜିଚିଭ୍ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଭୟାନକ ହେଲାଣି। ଦଶ ଦିନରେ ଦୈନିକ ସଂକ୍ରମଣ ୧୦ ଗୁଣା ବଢ଼ିଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୦୫୯ ଜଣ ନୂଆ କରୋନା ପଜିଟିଭ୍ ବାହାରିଛନ୍ତି। ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଜାନୁଆରି ଶେଷ ସୁଦ୍ଧା ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁବ, ଯାହା ଚିନ୍ତାର କାରଣ ହୋଇଛି।ଅନ୍ୟପକ୍ଷେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ବୁଧବାର ରାଜ୍ୟରୁ ୧୦୦୫୯ ଜଣ ପଜିଟିଭ୍ ବାହାରିଥିବା ବେଳେ ଏହାର କେବଳ ୩୦ ପ୍ରତିଶତ ସଂକ୍ରମିତ ରହିଛନ୍ତି ଖୋର୍ଦ୍ଧାରୁ। ଜିଲ୍ଲାରୁ ୩୧୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୧୩୪୮ ଜଣ ନୂଆ ପଜିଟିଭ୍ ବାହାରିଛନ୍ତି।  ଦଶ ଦିନରେ ଦଶ ଗୁଣା ବଢ଼ିଲା ସଂକ୍ରମଣ

ନୂଆବର୍ଷରୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଜାନୁଆରି ୪ ତାରିଖ ଦିନ ଦୈନିକ ସଂକ୍ରମଣ ହଜାରେ ଟପିଥିଲା। ସେଦିନ ରାଜ୍ୟରୁ ୧୨୧୬ ଜଣ କରୋନା ପଜିଟିଭ୍ ବାହାରିଥିଲେ। ହେଲେ ମାତ୍ର ୧୦ ଦିନ ମଧ୍ୟରେ ଏହା ଦଶ ଗୁଣ ବଢ଼ିଯାଇଛି। ବୁଧବାର ରାଜ୍ୟରୁ ରେକର୍ଡ ସଂଖ୍ୟକ ୧୦୦୫୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୬୦୬କୁ ବୁଦ୍ଧି ପାଇଛି। ଏଥିମଧ୍ୟରୁ ୧୦ ଲକ୍ଷ ୪୮ ହଜାର ୭୩୨ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା କେସ୍ ୪୪୩୪୯ ରହିଛି।

Comment