ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ଟ୍ରାଫିକ ନିୟମର ପ୍ରଭାବ ଏବେ ଭଦ୍ରକରେ ପଡ଼ିଛି। ବିଭିନ୍ନ ଟ୍ରାଫିକ ନିୟମ ଭାଙ୍ଗିବାରୁ ଜଣେ ମହିଳା ସ୍କୁଟି ଚାଳକଙ୍କୁ ୧୩ ହଜାର ଟଙ୍କାର ଫାଇନ ଦବାକୁ ପଡ଼ିଛି। ବାପାଙ୍କ ନାଁରେ ସ୍କୁଟି ଚଲାଉଥିବାରୁ ୫ ହଜାର ଫାଇନ, ଲାଇସେନ୍ସ ନଥିବାରୁ ୫ ହଜାର, ଇନ୍ସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧିନଥିବାର ୧ହଜାର ଟଙ୍କା ଫାଇନ ପଡ଼ିଛି।

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଆଜି ଭଦ୍ରକ ଜିଲ୍ଲାରେ ସର୍ବାଧିକ ଫାଇନ ଆଦାୟ କରାଯାଇଛି। ସକାଳେ ଜଣେ ଅଟୋ ଉପରେ ୨୭ ହଜାର ଫାଇନ ପଡ଼ିଥିବା ବେଳେ ପୁଣି ଏବେ ଜଣେ ସ୍କୁଟି ଚାଳିକା ଟ୍ରାଫିକର ନିୟମ ଉଲ୍ଲଘଂନ କରି ମୋଟା ଅଙ୍କ ଟଙ୍କା ଗଣିଛନ୍ତି।

ତେବେ ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ଟ୍ରାଫିକ ଧରପଗଡ଼ରେ ଅନେକ ଅଟୋ ଡ୍ରାଇଭର ବାଇକ ଚାଳକ ଫାଇନର ଶିକାର ହୋଇଛନ୍ତି।

Comment