ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିକଟରେ ନିଯୁକ୍ତ ବିଭାଗୀୟ ପରାମର୍ଶଦାତାମାନଙ୍କୁ ଓଡ଼ିଶା ସରକାର ବିଭିନ୍ନ ପାହ୍ୟା ପ୍ରଦାନ କରିଛନ୍ତି। ଏହି ଏଗାର ଜଣ ପରାମର୍ଶଦାତା ବା ଆଡଭାଇଜରଙ୍କୁ ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ଶାସନ ସଚିବ ପାହ୍ୟା ସହିତ ସମାନ କରାଯାଇଛି।

ଏକ ବିଜ୍ଞପ୍ତି ଅନୁଯାୟୀ ଛଅ ଜଣ ଆଡ଼ଭାଇଜରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆ ଯାଇଥିଲା ବେଳେ ଜଣଙ୍କୁ ମୁଖ୍ୟ ଶାସନ ସଚିବ ଓ ଆଉ ଚାରି ଜଣଙ୍କୁ ପ୍ରମୁଖ ଶାସନ ସଚିବ ଭାବେ ବିଚାର କରାଯିବ। ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ସୁଜିତ କୁମାରଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ଦିଆଯାଇଛି।

ସେହିଭଳି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ପରାମର୍ଶଦାତା ଉତ୍କଳ କେଶରୀ ପରିଡ଼ା, ବନ ଉନ୍ନୟନ ନିଗମର ଦେବାଶିଷ ମଲ୍ଲିକ, ମହିଳା ଉନ୍ନୟନ ନିଗମର ସୁଲତା ଦେଓ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପରାମର୍ଶଦାତା ଜନ୍ମେଜୟ ଲେଙ୍କାଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟା ମିଳିଛି।

ଅବଶିଷ୍ଟ ଛଅ ଜଣ ଆଡଭାଇଜର ଯଥା ଲୋପାମୁଦ୍ରା ବକ୍ସିପାତ୍ର, ସୁଧୀର ଦାସ, ମୁଜିବୁଲ୍ଲା ଖାଁ, ଅନୁଭବ ପଟ୍ଟନାୟକ, କୃତ୍ତିବାସ ପାତ୍ର ଓ ରାମଚନ୍ଦ୍ର ପଣ୍ଡାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି।

Comment