ଓଡ଼ିଶାଲାଇଭ ବ୍ୟୁରୋ

ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ ଟେଷ୍ଟର ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ୩୬୫ ରନରେ ଆଗୁଆ ରହିଛି। ସେହିପରି ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୬୫ରନ ଆବଶ୍ୟକ ରହିଛି। ଦ୍ଵିତୀୟ ଇଂନିସ ଆରମ୍ଭରେ ଇଂଲଣ୍ଡ ୭ଓଭରରେ ୨ ଓ୍ଵିକେଟ ହରାଇ ୧୮ ରନ କରିଛି।

ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଦଳ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମ ଇଂନିସରେ ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ଦ୍ଵିଶତକ ହାସଲ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ନସ ଲାବୁସଚେଞ୍ଜ ୬୭, ଟିମ୍‌ ପାଇନ ୫୮, ମିଚେଲ ଷ୍ଟାର୍କ ୫୪ ରନ କରିଥିଲେ। ଫଳରେ ଦଳ ୪୯୭ରନର ବିଶାଳ ସ୍କୋର କରିଥିଲା।

ପରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଦଳରୁ ରୋରି ବର୍ନସ ୮୧ ଓ ଜୋଏ ରୁଟ ୭୧ଙ୍କୁ ଠାଡ଼ି ଦେଲେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇ ପାରିନଥିଲେ। ଫଳରେ ଦଳ ୩୦୧ ରନ କରିବାକୁ ସଫଳ ହୋଇଥିଲା।

ଦ୍ଵିତୀୟ ଇଂନିସରେ ବ୍ୟାଟି କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଦଳ ୪୨ ଓଭରରେ ୬ ଓ୍ଵିକେଟ ହରାଇ ୧୮୬ ରନ କରି ପାଳି ଘୋଷଣା କରିଥିଲା। ତେବେ ଇଂଲଣ୍ଡ ତା’ର ଦ୍ଵିତୀୟ ଇଂନିସରେ ବର୍ତ୍ତମାନ ସୁଦ୍ଧା  ୧୮ରନ କରିଛି। ତେବେ ଦଳକୁ ଜିତିବାକୁ ହେଲେ ୩୬୫ରନ ଆବଶ୍ୟକ ରହିଛି।

ପୂର୍ବରୁ ୩ଟି ଟେଷ୍ଟରୁ ଗୋଟିଏ ବାତିଲ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି। ତେବେ ଏହି ମ୍ୟାଚ ଜିତି ଯିଏ ବିଜୟୀ ହେବ ସେ ଚଳିତ ଆସେସ ଟେଷ୍ଟରେ ଆଗୁଆ ରହିବ।

Comment