ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଶନିବାର ଭାରତ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଦଳ। ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଥିବା ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ୧୪ ଜଣିଆ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିଛି।

ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍ ଖେଳିବ।  ଏହି ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୫ରେ ଧର୍ମଶାଳାରେ, ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୧୮ରେ ମୋହାଲୀରେ ଓ ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୨୨ରେ ବେଙ୍ଗାଳୁରୁରେ ଖେଳାଯିବ।

ଭାରତ ଆସିବା ପରେ ଦକ୍ଷିଣ ଆଫ୍ରିକା ବୋଲର କାଗିସୋ ରାବାଡା ଟ୍ୱିଟ୍ କରି ଲେଖିଛନ୍ତି, ‘’ଭାରତରେ କ୍ରିକେଟ ଖେଳିବା ପାଇଁ ଉତ୍ସାହିତ।“

ତିନି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍ ପରେ ଦକ୍ଷିଣ ଆଫ୍ରିକା ଦଳ ଭାରତୀୟ ଟିମ୍ ସହ ତିନି ମ୍ୟାଚ୍ ବିଶିଷ୍ଟି ଟେଷ୍ଟ ସିରିଜ୍ ଖେଳିବ। ଏହି ଟେଷ୍ଟ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଅଂଶବିଶେଷ। ଆଗାମୀ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ୍ ଅକ୍ଟୋବର ୨ରେ ବିଶାଖାପାଟଣାରେ, ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୦ରେ ପୁଣେରେ ଓ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୯ରେ ରାଞ୍ଚିରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଟି-୨୦ ଦଳ :

କ୍ୱିଣ୍ଟନ ଡି କକ୍ ( ଅଧିନାୟକ), ଆର.ବି. ଡେର ହୁସେନ୍, ତେବା ବାମ୍ବୁମା, ଜୋନିୟାର ଡାଲା, ଭିର୍ଜନ ଫର୍ଚ୍ୟୁନ୍, ବ୍ୟୁରେନ୍ ହେନଡ୍ରିକ୍ସ, ରିଜା ହେନଡ୍ରିକ୍ସ, ଡେଭିଡ୍ ମିଲର, ଏନରିଚ୍ ନୋଟ୍ରେଜ୍, ଏଡ୍ରିଲ ଫେଲୁକବାୟୋ, ଡବେନ୍ ପ୍ରେଟୋରିୟସ୍, କାଗିସୋ ରାବାଡା, ତବରେଜ୍ ଶମସି, ଜର୍ଜ ଲିଣ୍ଡେ।

ଭାରତୀୟ ଟି-୨୦ ଦଳ :

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ୍‌ ରାହୁଲ, ଶିଖର ଧୱନ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୃଣାଳ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ରାହୁଲ ଚାହର, ଖଲୀଲ ଅହମଦ, ଦୀପକ ଚାହର ଏବଂ ନଭଦୀପ ସୋନୀ।

Comment