ଓଡ଼ିଶାଲାଇଭ ବ୍ୟୁରୋ

ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆସେସ ଟେଷ୍ଟର ଚତୁର୍ଥ ମ୍ୟାଚକୁ ନିଜ କବଜାରେ କରିଛି ଅଷ୍ଟ୍ରେଲିଆ। ଷ୍ଟିଭେନ ସ୍ମିଥଙ୍କ ଦ୍ଵିଶତକ ବଳର ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୧୮୫ରନରେ ଜିତିଛି ନେଇଛି। ଏହାସହ ୫ଟିକିଆ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ ଜିତି ଆଗରେ ରହିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଷ୍ଟିଭେନ ସ୍ମିଥ ଚମତ୍କାର ଇଂନିସ ଖେଳି ଦ୍ଵିଶତକ ହାସଲ କରିଥିଲେ। ସେହିପରି ମାର୍ନସ ଲାବୁସଚେଞ୍ଜ ୬୭, ଟିମ୍‌ ପାଇନ ୫୮, ମିଚେଲ ଷ୍ଟାର୍କ ୫୪ ରନ କରିଥିଲେ। ଫଳରେ ଦଳ ୪୯୭ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା।

ପରେ ଇଂଲଣ୍ଡ ତା’ର ପ୍ରଥମ ଇଂନିସ ଆରମ୍ଭ କରିଥିଲା। ହେଲେ ରୋରି ବର୍ନ ୮୧ ଓ ଜୋଏରୁଟ ୭୧ ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇ ପାରିନଥିଲେ। ଫଳରେ ଦଳ ୩୦୧ରନ କରି ଅଲଆଉଟ ହୋଇଯାଇଥିଲା।

ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ଦଳ ମାତ୍ର ୪୨ ଓଭର ଖେଳି ୧୮୬ ରନ କରି ପାଳି ଘୋଷଣା କରିଥିଲା। ପରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଦଳ ବିଫଳ ହୋଇଥିଲେ। ମାତ୍ର ୧୯୭ ରନରେ ଦଳ ସମସ୍ତ ଓ୍ଵିକେଟ ହରାଇଥିଲା। ଫଳରେ ଅଷ୍ଟ୍ରଲିଆ ଏହି ମ୍ୟାଚକୁ ୧୮୫ ରନରେ ଜିତି ନେଇଛି।

Comment