ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ଜାଣିଛନ୍ତି କି ଖାଦ୍ୟର ସ୍ୱାଦ ବଢ଼ାଉଥିବା ହେଙ୍ଗୁକୁ ତ୍ୱଚାରେ ଫେସ୍ ପ୍ୟାକ୍ ଭଳି ବ୍ୟବହାର କରିହେବ। ଏହା ଆପଣଙ୍କ ତ୍ୱଚାକୁ ଚମକାଇବ। ହେଙ୍ଗୁ ଆଣ୍ଟିବ୍ୟାକ୍ଟେରିଆଲ୍ ତତ୍ତ୍ୱ ଭରପୂର ପରିମାଣରେ ରହିଛି। ଡେଡ୍ ସ୍କିନ୍, ବ୍ଲାକ୍ ହେଡ୍ସ୍, କଳାଦାଗ, ବ୍ରଣ ,ଶୁଷ୍କ ତ୍ୱଚା, ବୟସାଦ୍ଧିକ୍ୟ ଆଦି ସମସ୍ତ ତ୍ୱଚା ସମ୍ବନ୍ଧୀୟ ସମସ୍ୟାର ନିରାକରଣ କରିବ ହେଙ୍ଗୁ।

ଚମକ ଆଣିବ : ଗୋଟିଏ ଟମାଟୋକୁ ପେଷ୍ଟ୍ କରି ଚୋପା ବାହାର କରି ହାପ୍‌ ଚାମଚ ହିଙ୍ଗୁ ଗୁଣ୍ଡ ପକାଇ ପେଷ୍ଟ୍ ତିଆରି କରି ଲଗାନ୍ତୁ। ଟମାଟୋରେ ଥିବା ଲାଇକୋପିନ୍ ଓ ଭିଟାମିନ୍-ସି ନେଚୁରାଲ୍ କ୍ଲିଞ୍ଜର୍ ଭଳି କାମ କରେ। ଏହା ତ୍ୱଚାକୁ ଭିତରୁ ସଫା କରି ଚମକ ଆଣେ।

ବୟସାଦ୍ଧିକ୍ୟ ସମମ୍ୟା ଦୂର କରିବ : ବୟସ ବୃଦ୍ଧି ହେବା ସହିତ ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ତ୍ୱଚାରେ କୁଞ୍ଚନ ପଡ଼େ। ବେଳେବେଳେ ଖାଦ୍ୟପାନ ଠିକ୍ ନ ଥିଲେ ବି ଏହିଭଳି ସମସ୍ୟା ଦେଖାଦିଏ। ଗୋଟିଏ ଚାମଚ ମୁଲତାନୀ ମାଟିରେ ଅଧା ଚାମଚ ହେଙ୍ଗୁ ଗୁଣ୍ଡ, ୧୦ ଟୋପା ଗୋଲାପ ଜଳ ଓ ଟିକିଏ ପାଣି ମିଶାଇ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କରନ୍ତୁ।

ବ୍ରଣ କମ୍ କରିବ : ଆଣ୍ଟିବ୍ୟାକ୍ଟେରିଆଲ୍ ତତ୍ତ୍ୱରେ ଭରପୁର ହେଙ୍ଗୁ ମୁହଁରେ ବ୍ରଣ ହେବାକୁ ଦିଏନାହିଁ। ୧ ଚାମଚ ମୁଲତାନି ମାଟି, ଅଧା ଲେମ୍ବୁ ରସ ,ହାପ୍‌ ଚାମଚ ହେଙ୍ଗୁ ଓ ୧୦ ଟୋପା ଗୋଲାପ ଜଳ ମିଶାଇ ଲେପ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ। ଏହା ମୁହଁରୁ ଅତିରିକ୍ତ ତେଲିଆପଣକୁ କମ୍ କରି ବ୍ରଣ ସମସ୍ୟା ଦୂର କରେ।

 ଶୁଷ୍କ ତ୍ୱଚା : ଶୁଷ୍କ ତ୍ୱଚା ହୋଇଥିଲେ ୨ ଚାମଚ କ୍ଷୀର, ୧ ଚାମଚ ମହୁ ଓ ଅଧା ଚାମଚ ହେଙ୍ଗୁର ପେଷ୍ଟ ତିଆରି କରି ୧୫ ମିନିଟ୍ ଫ୍ରିଜ୍ ରେ ରଖିନ୍ତୁ। ଥଣ୍ଡା ହେବା ପରେ ସେହି ପେଷ୍ଟ୍ କୁ ମୁହଁରେ ଲଗାନ୍ତୁ। ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୁଅନ୍ତୁ।

Comment