ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ସାମ୍ବାଦିକ ତଥା ବିଜିନେସ୍‌ ଷ୍ଟାଣ୍ଡର୍ଡର ଓଡ଼ିଶା ବ୍ୟୁରୋ ଚିଫ୍‌ ଦିଲୀପ ଶତପଥୀଙ୍କ ପାର୍ଥୀବଶରୀର ପଞ୍ଚଭୂତରେ ଲୀନ ହୋଇଛି।

ବରିଷ୍ଠ ସାମ୍ବାଦିକ ତଥା ବିଜିନେସ୍‌ ଷ୍ଟାଣ୍ଡର୍ଡର ଓଡ଼ିଶା ବ୍ୟୁରୋ ଚିଫ୍‌ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ବିଦାୟ ବେଳେ ଦିଲୀପ ଶତପଥୀଙ୍କ ପରିବାର ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ।

ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ରବିବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ଦିଲୀପ ଶତପଥୀ ଓଡ଼ିଶାର ଜଣେ ଜଣାଶୁଣା ସମ୍ବାଦିକ ଥିଲେ। ସେ ଅର୍ଥନୀତି ସାମ୍ବାଦିକତା ବା ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍‌କୁ ନିଜ କ୍ୟାରିୟର ହିସାବରେ ବାଛିଥିଲେ। ସେ ଦୀଘର୍ ବର୍ଷ ଧରି ବିଜିନେସ୍‌ ଷ୍ଟାଣ୍ଡର୍ଡର ବିଭିନ୍ନ ପଦପଦବୀରେ ରହି ଓଡ଼ିଶା ମୁଖ୍ୟ ହିସାବରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ।

ଦିଲୀପ ଶତପଥୀ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଥିଲେ। କେବଳ ଅର୍ଥନୀତି, ଶିଳ୍ପ ଓ ବାଣିଜ୍ୟ ବିଷୟ ନୁହେଁ, ରାଜନୀତିକ ସାମାଜିକ କ୍ଷେତ୍ର, ଶିକ୍ଷା ଓ ଅନ୍ୟାନ୍ୟ ବିଷୟରେ ବି ସେ ଦକ୍ଷ ଥିଲେ। ଗତ କିଛିବର୍ଷ ଧରି ଟିଭି ଡିବେଟ୍‌ରେ ଓ ପ୍ୟାନେଲ୍‌ ଡିସ୍କସନ୍‌ରେ ସେ ଜଡ଼ିତ ଥିଲେ।

୧୯୬୩ରେ ଜନ୍ମ ଗ୍ରହଣ କରିଥିବା ଦିଲୀପ ଶତପଥୀ କଟକ ରେଭେନ୍ସା କଲେଜ୍‌ରେ ଅଧ୍ୟୟନ କରିଥିଲେ। ଏହାପରେ ସେ ସାମ୍ବାଦିକ ଭାବେ ସନ୍‌ ଟାଇମ୍ସରେ ନିଜ କ୍ୟାରିୟର କରିଥିଲେ। ପରେ ଇଂଲିସ୍ ନ୍ୟୁଜ୍‌ ପେପର ବିଜନେସ୍‌ ଷ୍ଟାଣ୍ଡର୍ଡରେ ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍‌ରେ କାର୍ଯ୍ୟରତ ଥିଲେ।

ଦିଲୀପ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here