ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଇଡିକଲ ଅଡିଟୋରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନେତା, ମନ୍ତ୍ରୀଙ୍କଠୁ ଆରମ୍ଭ କରି ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଦିଲୀପ ଶତପଥୀଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

ସମ୍ବାଦିକତାରେ ଦିଲୀପ ଶତପଥୀଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇଥିଲେ ସମସ୍ତେ। ତାଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତ ରଖିଥିଲେ।

ତେବେ ତାଙ୍କୁ ମନେ ପକାଇବା ପାଇଁ ତାଙ୍କ ନାମରେ ଏକ ଟ୍ରଷ୍ଟ ନିର୍ମାଣ କରାଯିବ ବୋଲି ଉକ୍ତ ସଭାରେ ଘୋଷଣା କରାଯାଇଛି।

ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ରବିବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ଦିଲୀପ ଶତପଥୀ ଓଡ଼ିଶାର ଜଣେ ଜଣାଶୁଣା ସମ୍ବାଦିକ ଥିଲେ। ସେ ଅର୍ଥନୀତି ସାମ୍ବାଦିକତା ବା ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍‌କୁ ନିଜ କ୍ୟାରିୟର ହିସାବରେ ବାଛିଥିଲେ। ସେ ଦୀଘର୍ ବର୍ଷ ଧରି ବିଜିନେସ୍‌ ଷ୍ଟାଣ୍ଡର୍ଡର ବିଭିନ୍ନ ପଦପଦବୀରେ ରହି ଓଡ଼ିଶା ମୁଖ୍ୟ ହିସାବରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ।

ଦିଲୀପ ଶତପଥୀ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଥିଲେ। କେବଳ ଅର୍ଥନୀତି, ଶିଳ୍ପ ଓ ବାଣିଜ୍ୟ ବିଷୟ ନୁହେଁ, ରାଜନୀତିକ ସାମାଜିକ କ୍ଷେତ୍ର, ଶିକ୍ଷା ଓ ଅନ୍ୟାନ୍ୟ ବିଷୟରେ ବି ସେ ଦକ୍ଷ ଥିଲେ। ଗତ କିଛିବର୍ଷ ଧରି ଟିଭି ଡିବେଟ୍‌ରେ ଓ ପ୍ୟାନେଲ୍‌ ଡିସ୍କସନ୍‌ରେ ସେ ଜଡ଼ିତ ଥିଲେ।

୧୯୬୩ରେ ଜନ୍ମ ଗ୍ରହଣ କରିଥିବା ଦିଲୀପ ଶତପଥୀ କଟକ ରେଭେନ୍ସା କଲେଜ୍‌ରେ ଅଧ୍ୟୟନ କରିଥିଲେ। ଏହାପରେ ସେ ସାମ୍ବାଦିକ ଭାବେ ସନ୍‌ ଟାଇମ୍ସରେ ନିଜ କ୍ୟାରିୟର କରିଥିଲେ। ପରେ ଇଂଲିସ୍ ନ୍ୟୁଜ୍‌ ପେପର ବିଜନେସ୍‌ ଷ୍ଟାଣ୍ଡର୍ଡରେ ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍‌ରେ କାର୍ଯ୍ୟରତ ଥିଲେ।

LEAVE A REPLY

Please enter your comment!
Please enter your name here