ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: ବରିଷ୍ଠ ସାମ୍ବାଦିକ ତଥା ଷ୍ଟାଣ୍ଡର୍ଡର ଓଡ଼ିଶା ବ୍ୟୁରୋ ଚିଫ୍‌ ଦିଲୀପ ଶତପଥୀଙ୍କ ଦେହାନ୍ତରେ କେନ୍ଦାପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରାପଡ଼ାର କାର୍ଯ୍ୟରତ ସାମ୍ବାଦିକମାନେ ଦିଲୀପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦିଲୀପଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରଭୁ ବଳଦେବଜୀଉଙ୍କ ନକିଟରେ ପ୍ରାର୍ଥନା କରିଛନ୍ତି।

ଏହି ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ାର ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ଜୀବନ ସିଂହ, ମାତୃଦତ ମହାନ୍ତି, ଲକ୍ଷ୍ମୀକାନ୍ତ ନାୟକ,  ମନ୍ମଥ ରାଉତ, ଭୀମସେନ ସେଠୀ, କୈଳାଶ ଚନ୍ଦ୍ର ସାହୁ, ମଳୟ ସାହୁ, ସେଖ ସୈଫୁଲ୍ଲା, ପ୍ରଫୁଲ୍ଲ ସାହୁ, ସମାଜସେବୀ ଶୋଭନ ଆଚାର୍ଯ୍ୟ, ମନୋଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ନଳଦିଆ ବ୍ରାହ୍ମଣ ଶାସନରେ ୧୯୬୩ ମସିହାରେ ଦିଲୀପ ଜନ୍ମ ହୋଇଥିଲେ। ପିତା ବାଞ୍ଛାନିଧି ଶତପଥୀ ଓ ମାତା ଫୁଲ ଶତପଥୀଙ୍କର ଦ୍ଵିତୀୟ ସନ୍ତାନ ଥିଲେ ଦିଲୀପ। ବଡ଼ଭାଇ ଦିନବନ୍ଧୁ ଶତପଥୀ ଓଡିଶା ପ୍ରଶାସନିକ ସେବାରେ ଚାକିରି କରି ଅବସର ନେଇଥିଲେ।

କଟକ ରେଭେନ୍ସା କଲେଜରୁ ସ୍ନାତକ ଶେଷ କରି ସାମ୍ବାଦିକତା ପେଶାକୁ ଆପଣେଇଥିଲେ ଦିଲୀପ। ଦୈନିକ ଇଂରାଜୀ ଖବର କାଗଜ ସନ୍ ଟାଇମ୍ସରୁ କ୍ୟାରିଅର ଆରମ୍ଭ କରିଥିବା ଦିଲୀପ ଦେଶର ଏକ ପ୍ରତିଷ୍ଠିତ ଦୈନିକ ଇଂରାଜୀ ବିଜନେସ ଷ୍ଟାଣ୍ଡର୍ଡର ଓଡିଶା ବ୍ୟୁରୋ ଚିଫ୍ ରହିଥିଲେ।

ଦିଲୀପ ଶତପଥୀ ଓଡ଼ିଶାର ଜଣେ ଜଣାଶୁଣା ସମ୍ବାଦିକ ଥିଲେ। ସେ ଅର୍ଥନୀତି ସାମ୍ବାଦିକତା ବା ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍‌କୁ ନିଜ କ୍ୟାରିୟର ହିସାବରେ ବାଛିଥିଲେ। ସେ ଦୀଘର୍ ବର୍ଷ ଧରି ବିଜିନେସ୍‌ ଷ୍ଟାଣ୍ଡର୍ଡର ବିଭିନ୍ନ ପଦପଦବୀରେ ରହି ଓଡ଼ିଶା ମୁଖ୍ୟ ହିସାବରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ।

ଦିଲୀପ ଶତପଥୀ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଥିଲେ। କେବଳ ଅର୍ଥନୀତି, ଶିଳ୍ପ ଓ ବାଣିଜ୍ୟ ବିଷୟ ନୁହେଁ, ରାଜନୀତିକ ସାମାଜିକ କ୍ଷେତ୍ର, ଶିକ୍ଷା ଓ ଅନ୍ୟାନ୍ୟ ବିଷୟରେ ବି ସେ ଦକ୍ଷ ଥିଲେ। ଗତ କିଛିବର୍ଷ ଧରି ଟିଭି ଡିବେଟ୍‌ରେ ଓ ପ୍ୟାନେଲ୍‌ ଡିସ୍କସନ୍‌ରେ ସେ ଜଡ଼ିତ ଥିଲେ।

LEAVE A REPLY

Please enter your comment!
Please enter your name here